ରାଉରକେଲା ରେ କ୍ଷୁଦ୍ର ନିଯୁକ୍ତି ମେଳାର ଆୟୋଜନ।

0 787

ରାଉରକେଲା : ୨୫/୫/୨୨ : ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ଥାନିୟ କାର୍ଯ୍ୟାଳୟ ପରିସରରେ କ୍ଷୁଦ୍ର ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା।

ଏଥିରେ ଏଲଆଇସି ରାଉରକେଲା, ୟୁରେକା ଫୋର୍ବସ୍ ଲିମିଟେଡ, ଏସବିଆଇ ଲାଇଫ, , ପାନଟାଲୁନ, ଏଲ & ଟି ଫାଇନାନ୍ସ, ଅରବିଟ ମୋଟର ପରି ୧୪ ଗୋଟି କଂପାନି ଯୋଗ ଦେଇଥିଲେ। ମେଳାରେ ୨୮୫ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ପଂଜିକରଣ କରିଥିଲେ। ସେଥିମଧ୍ୟରୁ ୧୪୫ ଜଣ ଆଶାୟୀ ପାର୍ଥିଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଛି। ସେଥିମଧ୍ଯରୁ ୮୧ ଜଣ ଯୁବକ ଓ ୬୪ ଯୁବତୀ ଅଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲା ନିୟୋଜନ ଅଧିକାରୀ ଜ୍ୟୋତି ପ୍ରକାଶ ସେଠି ଙ୍କ ତତ୍ବାବଧାନରେ ଆୟୋଜନ କରାଯାଇଥିଲା। ମଡେଲ କେରିୟର କାଉନସିଲର ଅବିନାଶ ପାଣିଗ୍ରାହୀ, ପୁଷ୍ପାଜଳି ଦାଶ, ସମୀକ୍ଷା ପାଣି, ସତ୍ଯ ରଂଜନ ନାୟକ, କାର୍ଯ୍ୟାଳୟର କର୍ମଚାରୀ ସନ୍ତୋଷ କୁମାର ନନ୍ଦ, ନମିତା ମାଝି, ଡମରୁ ଖାଲଖୋ ସହଯୋଗ କରିଥିଲେ।

Leave A Reply

Your email address will not be published.