ଲହୁଣୀପଡା ବ୍ଲକ କପଣ୍ଡ ଠାରେ ୩ ଟି ପ୍ରକଳ୍ପ ସ୍ଥାପନ କୁ ନେଇ ଜନ ଶୁଣାଣୀ।। ପ୍ରଶାସନ ପକ୍ଷରୁ ଲୋକଙ୍କ ଆପତ୍ତି ଏବଂ ପ୍ରସ୍ତାବ ଗ୍ରହଣ।

0 536

ଲହୁଣୀପଡା ବ୍ଲକ ର କପଣ୍ଡ ଠାରେ ଏକ ଘରୋଇ ସଂସ୍ଥା କାଇ ଇଣ୍ଟରନେସନଲ ଲିମିଟେଡ଼ ଦ୍ୱାରା ୩ ଗୋଟି କାରଖାନା ସ୍ଥାପନ କୁ ନେଇ ଜନଶୁଣାଣି ହୋଇଥିଲା।

ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିବା ଏହି ଜନଶୁଣାଣି ରେ ଆଖପାଖ ଗ୍ରାମର ଲୋକମାନେ ଯୋଗ ଦେଇ ନିଜର ମତାମତ ରଖିଥିଲେ। ମୁଖ୍ୟତଃ ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି , ଶିକ୍ଷା , ସ୍ୱାସ୍ଥ୍ୟ ଉପରେ କମ୍ପାନୀ ଫୋକସ କରିବାକୁ ଦାବି ହୋଇଥିଲା। ସମୁଦାୟ ୮୯ ଜଣ ନିଜ ନିଜର ମତାମତ ରଖିଥିଲେ। ଲୋକଙ୍କ ପ୍ରସ୍ତାବ ଏବଂ ଆପତ୍ତି କୁ ଲିପିବଦ୍ଧ କରାଯାଇଥିଲା। ଏହି ଜନ ଶୁଣାଣି ରେ ପ୍ରଶାସନିକ ଅଧିକାରୀ , ପ୍ରଦୂଷଣ ବୋର୍ଡ ଅଧିକାରୀ ଙ୍କ ସହ ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା , ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ମଧ୍ୟ ଏହି ଜନଶୁଣାଣୀ ରେ ଯୋଗଦେଇଥିଲେ। ଏହି କାରଖାନା ସ୍ଥାପନ କୁ କେତେକ ଲୋକ ବିରୋଧ କରୁଥିବାବେଳେ ସେମାନଙ୍କୁ ଜନଶୁଣାଣୀ ସ୍ଥଳକୁ ଛଡ଼ା ଯାଇନଥିବା ଅଭିଯୋଗ ହୋଇଥିଲା। ତେବେ ଏପରି କିଛି ଅଭିଯୋଗ ପ୍ରଶାସନ ନିକଟକୁ ଆସି ନଥିବା କହିଛନ୍ତି ବଣେଇ ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ ।

Leave A Reply

Your email address will not be published.