ବଣେଇ କଲେଜରେ ପରୀକ୍ଷା ଦେଉଥିବା ବେଳେ ପ୍ଲସ ଦୁଇ ଛାତ୍ରଙ୍କ ମୃତ୍ୟୁ।। ମୃତ୍ୟୁର କାରଣ ଅସ୍ପଷ୍ଟ।। ପୋଲିସ ତଦନ୍ତ ଜାରି।
ବଣେଇ କଲେଜ ରେ ପରୀକ୍ଷା ଚାଲିଥିବା ବେଳେ ମଙ୍ଗଳବାର ଦିନ ଜଣେ ଛାତ୍ର ହଠାତ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ବଣେଇ ହସପିଟାଲ କୁ ଚିକିତ୍ସା ଲାଗି ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ୍ୟୁ ର କାରଣ ଜଣା ପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ବଣେଇ କଲେଜ ରେ ପ୍ଲାସ ୨ ବିଜ୍ଞାନ ମାତୃଭାଷା ପରୀକ୍ଷା ଚାଲିଥିଲା। ଲହୁଣୀପଡା ଥାନା ଅନ୍ତର୍ଗତ ଜୁନିଆନୀ ଗ୍ରାମର ମହମ୍ମଦ ଅରବାଜ଼ ପରୀକ୍ଷା ଦେଉଥିଲେ। ପରୀକ୍ଷା ହଲ ରେ ହଠାତ ସେ ଅଚେତ ହୋଇ ପଡିଗଲେ। କଲେଜ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ବଣେଇ ହସପିଟାଲ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣା କୁ ନେଇ ବଣେଇ , ଲହୁଣୀପଡା ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ପୋଲିସ ପୋଷ୍ଟମର୍ଟମ କରି ତଦନ୍ତ ଜାରି ରଖିଛି।