ରାଉରକେଲା ଏବଂ ପୁରୀ ରେ ଅନୁଷ୍ଠିତ ହେବ ଜାତୀୟ ସଡକ ସୁରକ୍ଷା ଫିଲ୍ମ ଫେଷ୍ଟିଭାଲ-୨୦୨୨।। ରାଉରକେଲା ରେ ଜୁନ ୧୮-୧୯ ଏବଂ ପୁରୀରେ ଜୁନ ୨୪-୨୫।

0 432

ସୁନ୍ଦରଗଡ଼, ୨୩/୦୫: ସଡ଼କ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପରିବହନ ବିଭାଗ, ଓଡ଼ିଶା ପକ୍ଷରୁ “ଜାତୀୟ ସଡ଼କ ସୁରକ୍ଷା ଫିଲ୍ମ ଫେଷ୍ଟିଭାଲ -୨୦୨୨” ଆୟୋଜିତ ହେବାକୁ ଯାଉଅଛି।
ଏହି ଫିଲ୍ମ ଫେଷ୍ଟିଭାଲ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡ଼କ ସୁରକ୍ଷା ସମସ୍ୟା ଏବଂ ସଡ଼କ ସୁରକ୍ଷା ରେ ଦୁର୍ଘଟଣା ଓ ମୃତ୍ୟୁ ହାର ହ୍ରାସ କରିବା କ୍ଷେତ୍ର ରେ ବର୍ଦ୍ଧିତ ଜନସଂପୃକ୍ତି ଓ ଜନସୋହଯୋଗ କୁ ପ୍ରୋତ୍ସାହିତ କରିବା।

ଏହି ଫିଲ୍ମ ଫେଷ୍ଟିଭାଲ ଦୁଇ ଗୋଟି ବର୍ଗ ଯଥା ଓଡ଼ିଆ ଓ  ଅଣ ଓଡ଼ିଆ ଭାଷାରେ ଅନୁଷ୍ଠିତ ହେବ ଓ ସେଥି ନିମନ୍ତେ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ଏବଂ ଆବେଦନ ର ଶେଷ ତାରିଖ ହେଉଛି ୩ ଜୁନ ୨୦୨୨. ବିଜେତା ମାନଙ୍କ ନିମନ୍ତେ ଆର୍ଥିକ ପୁରସ୍କାର ରାଶି ମଧ୍ୟ ରହିଛି। ଏହି ଫିଲ୍ମ ଫେଷ୍ଟିଭାଲ ଆସନ୍ତା ଜୁନ ୧୮-୧୯ ତାରିଖ ରେ ରାଉରକେଲା ଏବଂ ଜୁନ ୨୪-୨୫ ରେ ପୁରୀ ଠାରେ ଅନୁଷ୍ଠିତ ହେବ। 
 ଏହି ଫିଲ୍ମ ଡକ୍ୟୁମେଣ୍ଟାରି, ଏ୍ସପେରିମେଣ୍ଟାଲ, ବର୍ଣ୍ଣନା, କାଳ୍ପନିକ, ଅଣ - କାଳ୍ପନିକ କିମ୍ବା ଆନିମେଶନ ହୋଇପାରିବ ଏବଂ  ଫିଲ୍ମ ଟି ର ସମୁଦାୟ ସମୟ ସୀମା ୧୨୦ ସେକେଣ୍ଡ ( ୨ ମିନିଟ ) ରହିବ । ଏହା ଓଡ଼ିଆ ଅଣ ଓଡ଼ିଆ ବର୍ଗ ରେ ହୋଇ ପାରିବ ଏବଂ  ଇଂରାଜୀ ବର୍ଗ ରେ  ସବ୍ - ଟାଇଟଲ ରହିବା ବିଧେୟ। ଆବେଦନକାରୀ ମାନେ ପ୍ରସ୍ତୁତ ହୋଇଥିବା ଫିଲ୍ମ ଗୁଡ଼ିକ ଗୁଗଲ ଡ୍ରାଇଭ୍ କିମ୍ବା we transfer ଲିଙ୍କ କୁ raodsafety-od@gov.in କିମ୍ବା  roadsafetyshortfilms@gmail.com ଇମେଲ ମାଧ୍ୟମରେ ପଠେଇ ପାରିବେ। 

ସବିଶେଷ ବିବରଣୀ ନିମନ୍ତେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁନ୍ଦରଗଡ଼ ଓ ରାଉରକେଲା ଠାରେ ଯୋଗାଯୋଗ କରି ପାରିବେ।

Leave A Reply

Your email address will not be published.