ରାଉରକେଲା ମହାନଗର ନିଗମର ବେଆଇନ ହୋର୍ଡିଙ୍ଗ ଉଠା ଅଭିଯାନ ଆରମ୍ଭ।। ପ୍ରଥମ ଦିନରେ ସହରର ମୁଖ୍ୟ ମାର୍ଗରୁ ୫୦ରୁ ଉର୍ଦ୍ଧ୍ବ ହୋର୍ଡିଙ୍ଗ ହାଟାଗଲା।

0 366

ରାଉରକେଲା ମହାନଗର ନିଗମ ପକ୍ଷରୁ ବେଆଇନ ହୋର୍ଡିଙ୍ଗ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ମଙ୍ଗଳବାର ସକାଳେ ସହରର ମୁଖ୍ୟ ରାସ୍ତା କଡରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ବେଆଇନ ଭାବେ ଲଗା ଯାଇଥିବା ହୋର୍ଡିଙ୍ଗ ମାନ ହଟାଯାଇଥିଲା।

ମହନଗର ନିଗମର ବିନା ଅନୁମୋଦନରେ ଏଣେ ତେଣେ ହୋର୍ଡିଙ୍ଗ ଲଗାଇବା ଦ୍ୱାରା ଜନସାଧାରଣ ଙ୍କ ଯାତାୟତ ରେ ଅସୁବିଧା ହେବା ସହ ନିଗମର ରାଜସ୍ୱ କ୍ଷତି ମଧ୍ୟ ହେଉଛି । ଆଜି ସକାଳୁ ମହନଗର ନିଗମ ର କର୍ମଚାରୀ ମାନେ ଏକ ଗାଡ଼ିରେ ଆସି ମଧୁସୂଦନ ମାର୍ଗରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ଲଗା ଯାଇଥିବା ବେଆଇନ ହୋର୍ଡିଙ୍ଗ ହଟାଇ ନେଇଥିଲେ। ଏହି ଅଭିଯାନ ଆଗକୁ ଜାରୀ ରହିବା ନେଇ
ଆର ଏମ୍ ସି ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.