ରଥଯାତ୍ରା ପୂର୍ବରୁ ସହରର ରାସ୍ତାଘାଟ ନବୀକରଣ ସମ୍ପୁର୍ଣ୍ଣ କରିବାକୁ ଦାବି।। ରାଉରକେଲା ଡେଭଲପମେଣ୍ଟ ଫ୍ରଣ୍ଟ ର ଆର ଏମ୍ ସି କମିଶନର ଙ୍କୁ ସ୍ମାରକ ପତ୍ର ପ୍ରଦାନ।
ରାଉରକେଲା ରେ ହକି ବିଶ୍ୱ କପ ଖେଳ ହେବାକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଏପର୍ଯ୍ୟନ୍ତ ସହରର ରାସ୍ତାଘାଟର ନବୀକରଣ ସମ୍ପୂର୍ଣ୍ଣ ହୋଇପାରିନାହିଁ।

ରାଉରକେଲା ପାନପୋଷ ଗାନ୍ଧୀ ଛକ ଠାରୁ ଉଦିତନଗର ଛକ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସ୍ମାର୍ଟ ରୋଡ଼ କାମ ଏବେ ଧିମେଇ ଯାଇଛି। ଏହି ସ୍ମାର୍ଟ ରୋଡ଼ ରେ ଭୂମି ତଳ କେଵଲ ବିଛା , ପେଭମେଣ୍ଟ , ରାସ୍ତା କଡର ବିଉଟି ଫିକେସନ ଆଦି ଅନ୍ତର୍ଭୁକ୍ତ ଥିବା ବେଳେ ଏହା ଅଧପନ୍ତରୀଆ ଭାବେ ପଡି ରହିଛି। ସ୍ଥାନ ସ୍ଥାନେ ପିଚୁ ଉଠି ପଟହୋଲ ମାନ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏହାଛଡା ବାସନ୍ତୀ କଲୋନୀ , ଛେଣ୍ଡ , ସିଭିଲ ଟାଉନଶିପ , କୋଏଲ ନଗର ଆଦି ଅଞ୍ଚଳରେ ସ୍ବେରେଜ କାମ ବହୁଦିନ ଧରି ଚାଲିଥିବାରୁ ସେହି କଲୋନୀ ଗୁଡିକରେ ରହୁଥିବା ଲୋକଙ୍କର ବିଶେଷ ଅସୁବିଧା ହେଉଛି । ଆଗକୁ ରଥଯାତ୍ରା ଆସୁଥିବାରୁ ସହରର ସମସ୍ତ ରାସ୍ତାଘାଟ ଯୁଦ୍ଧ କାଳୀନ ଭିତ୍ତି ରେ ସାରିବାକୁ ରାଉରକେଲା
ଡେଭଲପମେଣ୍ଟ ଫ୍ରଣ୍ଟ ପକ୍ଷରୁ ଦାବି କରାଯାଇଛି। ଆଜି ଫ୍ରଣ୍ଟ ର ସଦସ୍ୟ ମାନେ ଆର ଏମ୍ ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହନଗର ନିଗମ କମିଶନର ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଦେଇଥିଲେ। କମିଶନର ଙ୍କ ଅନୁପସ୍ଥିତି ରେ ଏହି ସ୍ମାରକପତ୍ର ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ପ୍ରଦାନ କରିଥିଲେ। ସହର ଲୋକଙ୍କୁ ଆବଶ୍ୟକୀୟ ମୌଳିକ ସେବା ଶୀଘ୍ର ଯୋଗାଇ ଦେବାକୁ ଏହି ସ୍ମାରକପତ୍ର ରେ ଦାବି କରାଯାଇଛି।