ରାଉରକେଲା ବାସନ୍ତୀ କଲୋନୀ ରୁ ମାଆ ର ଗଳିତ ମୃତ ଦେହ ଉଦ୍ଧାର।। ୪ ଦିନ ଧରି ମାଆ ର ମୃତ ଶରୀର ପାଖରେ ବସିଥିଲା ଦିବ୍ୟାଙ୍ଗ ଝିଅ।

0 4,793

ରାଉରକେଲା ବାସନ୍ତୀ କଲୋନୀର ଏକ ଘର ଭିତରୁ ମାଆର ଗଳିତ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ମାଆର ମୃତ ଶରୀର ପାଖରେ ୪ ଦିନ ଧରି ବସି ରହିଥିବା ଝିଅକୁ ମଧ୍ୟ ଉଦ୍ଧାର କରାଯାଇଛି । ମୃତ ମାଆ ର ଶବ କୁ ପୋଷ୍ଟମର୍ଟମ ଲାଗି ପଠାଇ ଦିଆଯାଇଥିବା ବେଳେ ଝିଅ ର ଚିକିତ୍ସା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ବାସନ୍ତୀ କଲୋନୀ


ଏଫ ଏଲ / ୨୨୩ ରେ ରହୁଥିଲେ
ନରୋତ୍ତମ ପୁରୀ। ସେ ଠିକା ଶ୍ରମିକ ଭାବେ କାମ କରୁଥିଲେ । ଗତ ବର୍ଷ କୋଭିଡ ରେ ନରୋତ୍ତମ ମୃତ୍ୟୁ ବରଣ କରିଥିଲେ। ବାପାଙ୍କ ମୃତ୍ୟୁ ରେ ତାଙ୍କ ଝିଅ ମାନସିକ ଭାରସାମ୍ୟ ହରାଇଥିବା ବେଳେ ମା , ଝିଅ କୌଣସି ପ୍ରକାର ଚଳି ଯାଉଥିଲେ। ସୋମବାର ସନ୍ଧ୍ୟାରେ ନରୋତ୍ତମ ଙ୍କ ଘରୁ ଦୁର୍ଗନ୍ଧ ଆସିବାରୁ ପାଖ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ଉଦିତନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଖୋଲିଲା ପରେ ହତ୍ ବାକ୍ ହୋଇଯାଇଥିଲେ। ଘର ଭିତରେ ଏକ ଖଟରେ ମାଆ ର ମୃତ ଶରୀର ପଡିଥିବା ବେଳେ ଝିଅଟି ପାଖ ଖଟରେ ବସିଥିଲା। ପୋଲିସ ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଝିଅକୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.