ରାଉରକେଲା ଇ ଏସ ଏଇ ମଡେଲ ହସପିଟାଲ ରେ ବିଭିନ୍ନ ବିଭାଗରେ ଖାଲିଥିବା ଡାକ୍ତରୀ ପଦବୀ ପୂରଣ କରିବା ଲାଗି ସିପିଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୋମବାର ଦିନ କରାଯାଇଥିବା ଏହି ବିକ୍ଷୋଭରେ ସିପିଏମ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଇଏସଆଇ ହସପିଟାଲ ର ଅବ୍ୟବସ୍ଥା ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଥିଲେ ।

ଚିକିତ୍ସା ଲାଗି ରାଉରକେଲା ରେ ଥିବା
ଇ ଏସ ଆଇ ହସପିଟାଲ ଉପରେ ସୁନ୍ଦରଗଡ଼ ଜିଲ୍ଲା ସହ ପଡୋଶୀ ଜିଲ୍ଲାର ଶ୍ରମିକ ମାନେ ନିର୍ଭର କରୁଛନ୍ତି । ରାଜ୍ୟର ସର୍ବାଧିକ ଶ୍ରମିକ କର୍ମଚାରୀ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବାରୁ ଏହି ଡାକ୍ତରଖାନାର ସୁପରିଚାଳନା ଚିକିତ୍ସା କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଛି।ଏହାଛଡା ବିଭିନ୍ନ ବିଭାଗରେ ଵିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି କରାଯାଇଛି। ଚିକିତ୍ସା କ୍ଷେତ୍ରରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ଇ ଏସ ଆଇ ହସପିଟାଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ସିପିଏମ ପକ୍ଷର ଏକ ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି।