ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶ୍ରୀ ପଟ୍ଟନାୟକ ଙ୍କୁ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେବା ପରେ ଏହା ତତ୍କାଳ ଲାଗୁ ହେବ ବୋଲି ଜଣା ପଡ଼ିଛି।

ଏହା ସହ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଶରତ ପଟ୍ଟନାୟକ ପୂର୍ବରୁ ମଧ୍ୟ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଥିଲେ। ତାଙ୍କ ଦୂତୀୟ ଇନିଂସ ରେ ସେ ଦଳକୁ କିପରି ପରିଚାଳନା କରି ସଫଳତା ପାଇବେ ତା ଉପରେ ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ନଜର ରଖିଛନ୍ତି। ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ବିଭିନ୍ନ ମହଲ ରୁ ତାଙ୍କୁ ସ୍ବାଗତ କରାଯାଇଛି ।