ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର – ରାଏବଗା ରୋଡ଼ ରେ ରବିବାର ସନ୍ଧ୍ୟାରେ ଏକ ଅଟୋ ଓଲଟି ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।

ଅଟୋ ଚାଳକ ମହିଳାଙ୍କୁ ହସପିଟାଲ ନେବା ପରିବର୍ତ୍ତେ ଅଟୋ ଉଠାଇ ସେଠାରୁ ଫେରାର ହୋଇ ଯାଇଛି। ଗୁରୁତର ମହିଳା ମାନଙ୍କୁ ପ୍ରଥମେ ବିରମିତ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉରକେଲା ସରକାରୀ ହସପିଟାଲ ସ୍ଥାନାନ୍ତର କରାଯାଇଛି। ଆହତ ମହିଳା ମାନେ ଭାଲୁଲତା ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ଘଟଣାର ତଦନ୍ତ କରୁଛି ।