ରାଉରକେଲା ରେ ବୁଲା ଗାଈ ଗୋରୁଙ୍କ ଲାଗି ଗୋ ଗ୍ରାସ ସେବା ସମିତି ଏକ ଭଲ ପ୍ରୟାସ।। ସହରର ବିଭିନ୍ନ ସ୍ଥାନରେ ରଖିଲେ ପାଣି ଭର୍ତ୍ତି କୁଣ୍ଡ।
ବୁଲା ଗାଈ , ଗୋରୁ ପାଣି ପିଇବା ଲାଗି ପୂର୍ବରୁ ରାଉରକେଲା ଇସ୍ପାତ ସହରର ରାସ୍ତାକଡ଼ରେ କୁଣ୍ଡ , ଖାଲି ଟିଣ ଆଦିରେ ପାଣି ରଖାଯାଉଥିଲା। ଉଦେଶ୍ୟ ଥିଲା ପ୍ରଚଣ୍ଡ ଗ୍ରୀଷ୍ମରେ ବୁଲା ଗାଈ ଗୋରୁ ପିଇବା ପାଣି ପାଇବା। ପ୍ରାୟ ଲୋକମାନେ ନିଜ ଘର ସମ୍ମୁଖରେ କୁଣ୍ଡ କିମ୍ବା ବଡ଼ ପାତ୍ର ରେ ପାଣି ରଖୁଥିଲେ।

ଧୀରେ ଧୀରେ ଏହି ସଂସ୍କୃତି ହଟିଗଲା। ଅବଶ୍ୟ କେତେକ ଲୋକ ଏବେବି ପାଣି ରଖୁଛନ୍ତି। କିନ୍ତୁ ଏହା ପର୍ଯ୍ୟାପ୍ତ ହେଉ ନଥିବାରୁ ରାଉରକେଲା ର
ଗୋ ଗ୍ରାସ ସେବା ସମିତି ପକ୍ଷରୁ ସହର ର ବିଭିନ୍ନ ସ୍ଥାନରେ ଗାଈ , ଗୋରୁଙ୍କ ପିଇବା ଲାଗି ବଡ଼ ବଡ଼ କୁଣ୍ଡ ରେ ପାଣି ରଖା ଯାଇଛି। ବାସନ୍ତୀ କଲୋନୀ , ଛେଣ୍ଡ କଲୋନୀ , ସିଭିଲ ଟାଉନଶିପ , ସେକ୍ଟର ଅଞ୍ଚଳ ରେ ଗୋ ଗ୍ରାସ ସେବା ସମିତି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦ ଟି କୁଣ୍ଡ ରଖା ଯାଇଛି। ବୁଲା ଗାଈ , ଗୋରୁଙ୍କ ଲାଗି ଏହିପରି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ସେବା ସମିତି ପକ୍ଷରୁ କୁହାଯାଇଛି।