ଭୋଟ ଥାଉ କି ନଥାଉ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ସବୁବେଳେ ଇଲେକ୍ସନ ମୋଡ଼ ରେ । ସେ ତାଙ୍କର ‘ ଆସ ବସ୍ତିକୁ ଯିବା ‘ କାର୍ଯ୍ୟକ୍ରମ ନିୟମିତ ଭାବେ ଜାରୀ ରଖିଛନ୍ତି।

ପ୍ରତି ସପ୍ତାହନ୍ତ ରେ ସେ ସମର୍ଥକଙ୍କ ସହ ଗୋଟିଏ ବସ୍ତିରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୁଅନ୍ତି। ସେ ପାଣି ସମସ୍ୟା ହେଉ କି ବିଜୁଳି ସେହି ଅସୁବିଧା ଦୂର କରିବାକୁ ସେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଚଳିତ ସପ୍ତାହ ସେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ର ଏକ ବସ୍ତି ଗସ୍ତ କରିଥିଲେ। ୧୬ ନମ୍ବର ସେକ୍ଟର ର ତୁମକେଲା ସ୍ଥିତ ଭଟ୍ଟା ବସ୍ତି ପରିଦର୍ଶନ କରି ସେଠାକର ବାସିନ୍ଦାଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ବିଶେଷ କରି ପାନୀୟ ଜଳ ଏବଂ ବିଦ୍ୟୁତ ସମସ୍ୟା ଉପରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।