କାଳବୈଶାଖୀ ପ୍ରଭାବ : ବିରମିତ୍ରପୁର ର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ କଲବଲ।। ୨୪ ଘଣ୍ଟା ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ଅଭିଯୋଗ।
ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶନିବାର ସନ୍ଧ୍ୟାରୁ ବିଦ୍ୟୁତ ସରବରାହ ବନ୍ଦ ଅଛି। ଗତକାଲି ସନ୍ଧ୍ୟାରେ କାଳ ବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ପଡି ଯିବା ସହ ତାର ଛିଣ୍ଡି ପଡିଥିଲା।

ଏପର୍ଯ୍ୟନ୍ତ ମରାମତି କାମ ସରି ନଥିବାରୁ ବିଦ୍ୟୁତ ସେବା ବନ୍ଦ ରହିଛି। ୨୪ ଘଣ୍ଟା ପରେ ମଧ୍ୟ ବିରମିତ୍ରପୁର , ନୂଆଗାଁ , ରାଏବଗା , ହାତିବାରି ଆଦି ଅଞ୍ଚଳରେ ଲୋକମାନେ ବିଦ୍ୟୁତ ସେବା ପାଇ ପାରିନାହାନ୍ତି। ଫଳରେ ପ୍ରବଳ ଗରମରେ ଲୋକମାନେ କଲବଲ ହେଉଛନ୍ତି। ବିଦ୍ୟୁତ ଲାଇନ ନଥିବାରୁ ପାଣି ପାଇବାରେ ମଧ୍ୟ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦେବାକୁ ବିରାମିତ୍ରପୁର ବାସୀ ନିବେଦନ କରିଛନ୍ତି।