ସୁନ୍ଦରଗଡ଼ : ହୋଟେଲ କ୍ୟାସ କାଉଣ୍ଟରରୁ ଟଙ୍କା ଚୋରି ମାମଲାରେ ୨ ଜଣ ରାଞ୍ଚିରୁ ଗିରଫ।। ୭୦ ହଜାର ଟଙ୍କା ଜବତ।

0 349

ସୁନ୍ଦରଗଡରେ ଥିବା ଜୟ ବିଜୟ ହୋଟେଲର କ୍ୟାସ କାଉଣ୍ଟର ରୁ ୧ ଲକ୍ଷ ୪୦ ହଜାର ଟଙ୍କା ଚୋରି ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୭୦ ହଜାର ଟଙ୍କା ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ରାଞ୍ଚି ର ଆବିୱାସ ଅଲ୍ଲି ୧୫ ତାରିଖ ରାତିରେ ଏହି ହୋଟେଲ ରେ ରହିଥିଲେ। ତାଙ୍କ ସହ ଅନ୍ୟଜଣେ ମଧ୍ୟ ଥିଲେ। ମଧ୍ୟ ରାତ୍ରିରେ ହୋଟେଲ କ୍ୟାସ କାଉଣ୍ଟରର ଚାବି ତାର ରେ ଖୋଲି ଟଙ୍କା ନେଇଯାଇ ରାଞ୍ଚି ପଳାଇ ଥିଲେ। ସିସିଟିଭି ଫୁଟେଜ କୁ ଆଧାର କରି ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ରାଞ୍ଚି ରୁ ଗିରଫ କରିଥିଲେ।

Leave A Reply

Your email address will not be published.