ସୁନ୍ଦରଗଡ଼ର ଯୁବତୀଙ୍କୁ ୨ଲକ୍ଷ ଟଙ୍କାରେ ମଧ୍ୟପ୍ରଦେଶ ବିକ୍ରି କରିଥିବା ଅଭିଯୋଗରେ ୩ ଗିରଫ।। ବିକ୍ରି ପରେ ଜୋର ଜବରଦସ୍ତି ବିବାହ କରାଇଲେ ଦଲାଲ।

0 415

ସୁନ୍ଦରଗଡ ସଦର ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ୨ ଲକ୍ଷ ଟଙ୍କାରେ ବିକ୍ରି କରି ଜୋର ଜବରଦସ୍ତି ବିବାହ କରିଦେଇଥିବା ଘଟଣା ସାମ୍ନା କୁ ଆସିଛି।

ଏହି ଘଟଣାକୁ ନେଇ ସୁନ୍ଦରଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଝିଅ ନିଖୋଜ ଥିବା ଘଟଣା ତାଙ୍କ ବାପା ଥାନାରେ ଏତେଲା ଦେବା ପରେ ପୋଲିସ ଯୁବତୀଙ୍କୁ ମଧ୍ଯ ପ୍ରଦେଶ ର ରତାଳମ ଜିଲ୍ଲାରୁ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଦଲାଲ ମାନେ ଯୁବତୀଙ୍କୁ ଚାକିରୀ କରାଇ ଦେବାକୁ କହି ମଧ୍ୟ ପ୍ରଦେଶ ରେ ବିକ୍ରି କରି ଜଣେ ବ୍ୟକ୍ତିଙ୍କୁ ବିବାହ କରାଇ ଦେଇଥିଲେ । ସୂଚନା ଅନୁଯାୟୀ ଏବେ ସୁନ୍ଦରଗଡ ଜିଲ୍ଲାରେ ଯୁବତୀ ଚାଲାଣ କରୁଥିବା ରାକେଟ ସକ୍ରିୟ ଅଛନ୍ତି। ଝିଅ ମାନଙ୍କୁ ଚାକିରୀ କରାଇ ଦେବା ପ୍ରଲୋଭନ ଦେଖାଇ ବାହାର ରାଜ୍ୟରେ ବିକ୍ରି କରିଦେଉଛନ୍ତି। ଏହି ମାନବ ଚାଲାଣ ରାକେଟ ର ଅନ୍ୟ ସମସ୍ତ ସଦସ୍ୟଙ୍କୁ ଗିରଫ କରାଯିବ ବୋଲି ସୁନ୍ଦରଗଡ ଏସପି ସାଗରିକା ନାଥ କହିଛନ୍ତି।

Leave A Reply

Your email address will not be published.