କାଳ ବୈଶାଖୀ ତାଣ୍ଡବ।। ବଜ୍ରାଘାତ ରେ ଦୁଇଜଣଙ୍କ ଜୀବନ ହାନି।। ବିରାମିତ୍ରପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି।

0 383

ଶନିବାର ସନ୍ଧ୍ୟାରେ କାଳ ବୈଶାଖୀ ର ତାଣ୍ଡବରେ ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଏହା ସହ ବଜ୍ରପାତ ରେ ଦୁଇଜଣଙ୍କ ଜୀବନ ମଧ୍ୟ ଯାଇଛି। ବଜ୍ରାଘାତରେ କୁଆରମୁଣ୍ଡା ବ୍ଲକର
କାଲୋସିହିରିଆ ଅଞ୍ଚଳରେ ବୁଧୁ କିଷାନ ନାମକ ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆଗାଁ ବ୍ଲକ ରେ ଜଣେ ୬୦ ବର୍ଷୀୟ ବାଜୁ ଗଞ୍ଜୁ ଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ପ୍ରବଳ ଘଡଘଡି ସହ ବର୍ଷା ହେବା ଯୋଗୁଁ ହାତିବାରୀ , କୁଆରମୁଣ୍ଡା , ନୂଆଗାଁ, ବିରାମିତ୍ରପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନ ଯୋଗୁଁ ଗଛ ଭାଙ୍ଗି ପଡିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ଫଳରେ ଉକ୍ତ ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ଏବେ ଉକ୍ତ ଅଞ୍ଚଳରେ ବିଦ୍ୟୁତ ସେବା ସାମାନ୍ୟ କରିବାକୁ କାମ ଚାଲିଛି।

Leave A Reply

Your email address will not be published.