ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ।।ପ୍ରଥମ ସ୍ତ୍ରୀ ଥିବାବେଳେ ଦୂତୀୟ ବିବାହ କରିବା ପଡିଲା ମହଙ୍ଗା।।

0 996

ପ୍ରଥମ ସ୍ତ୍ରୀ ଥିବା ବେଳେ ଦୂତୀୟ ବିବାହ କରିବା ମହଙ୍ଗା ପଡିଲା ବରକୁ। ସହର ର ଏକ ପ୍ରତିଷ୍ଠିତ ଦେବାଳୟ ରେ ବିବାହ ଚାଲିଥିବା ବେଳେ ପୋଲିସ ବେଦୀରୁ ବରକୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଘଟଣା ଘଟିଛି ଏହିପରି।


ରାଉରକେଲା ସହରର ହନୁମାନ ବାଟିକା ପରିସରରେ ଚାଲିଥିଲା ବିବାହ । ଆନନ୍ଦ ଶର୍ମା ନାମକ ଜଣେ ବ୍ୟକ୍ତି ପୂର୍ବରୁ ବିବାହ କରିଥିଲେ ସରସ୍ୱତୀ ସରକାରଙ୍କୁ। ଉଭୟ ଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି। ତିନିବର୍ଷ ହେଲା ସରସ୍ବତୀଙ୍କ ସ୍ୱାମୀ ଆନନ୍ଦ ତାଙ୍କୁ ନିର୍ଯ୍ୟାତନା ଦେବା ସହ ଆହୁରି ଯୌତୁକ ଦାବି କରୁଥିଲେ। ଶେଷରେ ଶୁକ୍ରବାର ଦିନ ହନୁମାନ ବାଟିକା ରେ ଅନ୍ୟ ଜଣେ ମହିଳାଙ୍କୁ ଆନନ୍ଦ ବିବାହ କରୁଥିବା ଖବରପାଇ ସରସ୍ୱତୀ ଉଦିତନଗର ଥାନାରେ ଏତେଲା ଦେଇଥିଲେ। ପ୍ରଥମ ସ୍ତ୍ରୀ ଙ୍କୁ ଛାଡପତ୍ର ନଦେଇ ଦୂତୀୟ ବିବାହ କରିଥିବାରୁ ପୋଲିସ ବିବାହ ବେଦୀରୁ ଉଠାଇ ଆଣିଥିଲେ ଆନନ୍ଦ ଙ୍କୁ । ତଦନ୍ତ ପରେ ଉଦିତନଗର ଥାନା ପୋଲିସ ଆନନ୍ଦ ଶର୍ମା ଙ୍କୁ ଗିରଫ କରିଛି ।

Leave A Reply

Your email address will not be published.