ଓ ସି ଏଲ ଜମି ଅଧିଗ୍ରହଣ ଲାଗି ପ୍ରଶାସନ ର ଏକ୍ସପର୍ଟ କମିଟି ବୈଠକ କୁ ସ୍ଥାନୀୟ ଆଦିବାସୀ ଙ୍କ ଜୋରଦାର ବିରୋଧ। ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

0 527

ରାଜଗାଙ୍ଗପୁର ସ୍ଥିତ ଓସିଏଲ ସିମେଣ୍ଟ କାରଖାନା ର ଲାଞ୍ଜିବେର୍ଣା ସ୍ଥିତ ଚୂନ ଖଣି ପଥର ଜମି ଅଧିଗ୍ରହଣ ପାଇଁ ଗତମାସ ହୋଇଥିବା ଜଣ ଶୁଣାଣି କୁ ବିରୋଧ କରିଥିଲେ ଚାରୋଟି ପଞ୍ଚାୟତ ର ଆଦିବାସୀ । ଏହି ଜନ ଶୁଣାଣି ୨୩ ଏବଂ ୨୫ ତାରିଖ ରେ ହୋଇଥିଲା

। ପ୍ରବଳ ବିରୋଧ କରି ଜନଶୁଣାଣୀ ହେବାକୁ ଦେଇନଥିଲେ ଲୋକମାନେ। ତେବେ ଜିଲାପ୍ରଶାସନ ପକ୍ଷ ରୁ ପରବର୍ତୀ ପଦକ୍ଷେପ ଅନୁଯାଇ ଆଜି ପରିବେଶ ଜନିତ ଜନଶୁଣାଣୀ ର ଏକ୍ସପର୍ଟ କମିଟି ବୈଠକ ସୁନ୍ଦରଗଡ଼ ସଦଭାବନା ଗୃହ ଠାରେ ଆୟୋଜନ କରାଯାଇଥିଲା । ଖବରପାଇ ରାଜଗାଙ୍ଗପୁର ଅଞ୍ଚଳ ର ଶତାଧିକ ଆଦିବାସୀ ପୁରୁଷ ମହିଳା ଏହାକୁ ବିରୋଧ କରିବା ସହିତ ପ୍ରତିବାଦ ସ୍ୱରୂପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜୀବନ ଦେବୁ ପଛେ ଜମି ଦେବୁ ନାହିଁ ଏବଂ ଜଳ , ଜଙ୍ଗଲ , ଜମିନ ଆମର ବୋଲି ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ଏ ବାବଦରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ବିକ୍ଷୋଭକାରୀ ମାନେ ପ୍ରଦାନ କରିଥିଲେ ।

Leave A Reply

Your email address will not be published.