ରାଜଗାଙ୍ଗପୁର ରୁ ରାଉରକେଲା ଆସୁଥିବା ଏକ ଘରୋଇ ବସ Biju Expressway ରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ବସ ରେ ଆସୁଥିବା 8 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ପ୍ରଥମେ ରାଜଗାଙ୍ଗପୁର ସରକାରୀ ହସ୍ପିଟାଲ କୁ ନିଆଯାଇଥିଲା ।
କିନ୍ତୁ ସେଠାରେ ଚିକିତ୍ସା ର ବିଶେଷ ସୁବିଧା ନଥିବାରୁ ରାଉରକେଲା ର ସରକାରୀ ହସ୍ପିଟାଲ ଏବଂ IGH କୁ ପଠା ଯାଇଥିଲା । ଆହତ ଙ୍କ ଚିକିତ୍ସା ଏବେ ରାଉରକେଲା ରେ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ରାଜଗାଙ୍ଗପୁର ଲାଲ ଶାହ ବାବା
ଦରଘା ରେ ଚାଲିଥିବା ଉର୍ତ୍ସ ମେଳାରେ ଯୋଗ ଦେଇ ଏକ ଘରୋଇ ବସ ରେ 15 ଜଣ ଶ୍ରଦ୍ଧାଳୁ ରାଉରକେଲା ଆସୁଥିବା ବେଳେ ଝଗରପୁର ଏବଂ ରମାବାହଲ ମଝିରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରଥମେ ଅନୀଲ ନାମକ ଏହି ଘରୋଇ ବସ ଜଣେ ପଥଚାରୀ ଙ୍କୁ ଧକ୍କା ଦେଇଥିଲା। ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ବସ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏବଂ ବସ ରେ ଚାପି ହୋଇ ଜଣେ ମହିଳା ମୃତ୍ୟୁ ବରଣ କରିଥିଲେ । ଖବରପାଇ ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ । ଏହି ଦୁର୍ଘଟଣାର ଖବର ମିଳିବା ପରେ ଉଭୟ ରାଜଗାଙ୍ଗପୁର ଏବଂ ରାଉରକେଲା ସରକାରୀ ହସ୍ପିଟାଲ ରେ ଆହତଙ୍କ ସମ୍ପର୍କୀୟ ଏବଂ ଶୁଭେଛୁ ଙ୍କ ଭିଡ଼ ଜମିଥିଲା ।