ମହାନଦୀରେ ଫସି ରହିଥିବା ହାତୀ ଉଦ୍ଧାର ବେଳେ ଅଘଟଣ ଉଦ୍ଧାର ବେଳେ ବୋଟ ଓଲଟି ଓଟିଭି ସାମ୍ବାଦିକ ଅରିନ୍ଦମ ଙ୍କ ମୃତ୍ୟୁକ୍ୟାମେରା ମ୍ୟାନ ପ୍ରଭାତ ଙ୍କ ସମେତ ପାଞ୍ଚ ଜଣ ଓଡ୍ରାଫ ସଦସ୍ୟ ଆହତ
ମହାନଦୀ ପାଣିରେ ଫସି ଯାଇଥିବା ହାତୀକୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଓଡ୍ରାଫ ଟିମ ବୋଟ ଓଲଟି ପଡିବାରୁ ଓ ଟିଭି ର ଚିଫ ରିପୋର୍ଟର ଅରିନ୍ଦମ ଦାସ ମୃତ୍ୟୁ ବରଣ କରିଛନ୍ତି । ସାଙ୍ଗରେ ଥିବା କ୍ୟାମେରା ମ୍ୟାନ ପ୍ରଭାତ ଗୁରୁତର ଆହତ ହୋଇ କଟକ SCB ଡାକ୍ତରଖାନା ICU ରେ ଭର୍ତ୍ତି ହୋଇଛନ୍ତି । ଏହା ବ୍ୟତୀତ ଓଡ୍ରାଫ ଟିମ ର ପାଞ୍ଚ ଜଣ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ସେମାନକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ସୂଚନା ଅନୁଯାୟୀ ଆଜି ସକାଳେ ଏକ ହାତୀ ଦଳ ମୁଣ୍ଡଳୀ ନିକଟରେ ମହାନଦୀ ପାର ହେଉଥିବା ବେଳେ ନଦୀ ଜଳରେ ସାତଟି ହାତୀ ଫସି ଯାଇଥିଲେ । ଛଅ ଟି ହାତୀ ପାଣିରୁ ବାହାରି ଯାଇଥିବା ବେଳେ ଗୋଟିଏ ଦନ୍ତା ହାତୀ ପାଣି ଭିତରେ ରହିଯାଇଥିଲା । ପାଣି ମଧ୍ୟରେ ରହିଯାଇଥିବା ହାତୀକୁ ଉଦ୍ଧାର କାର୍ଯ୍ୟ ଲାଗି ଓଡ୍ରାଫ ଟିମ କୁ ନିୟୋଜିତ କରାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟର ସମ୍ବାଦ ସଂଗ୍ରହ କରିବାକୁ ବିଭିନ୍ନ ସଂସ୍ଥାର ରିପୋର୍ଟର ଏବଂ କ୍ୟାମେରା ମ୍ୟାନ ମାନେ ସେଠାରେ ପହଞ୍ଚି ଥିଲେ । ଓ ଟିଭି ର ଚିଫ ରିପୋର୍ଟର ଅରିନ୍ଦମ ଏବଂ କ୍ୟାମେରା ମ୍ୟାନ ମଧ୍ୟ ସେଠାରେ ପହଞ୍ଚି ନିଉଜ କଭର କରୁଥିଲେ । ଏହି ସମୟରେ ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟ ଲାଗି ବୋଟ ସାହାଯ୍ୟରେ ପାଣି ମଧ୍ୟକୁ ଯାଉଥିବା ବେଳେ ଅରିନ୍ଦମ ଏବଂ ପ୍ରଭାତ ସେମାନଙ୍କ ସହ ବୋଟ ରେ ଯାଇଥିଲେ । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମହାନଦୀରେ ବୋଟ ଭାରସାମ୍ୟ ହରାଇ ବୁଡିଯାଇଥିଲା । ବୁଡି ଯାଇଥିବା ଟିମ ଏବଂ ସାମ୍ବାଦିକ ମାନ ଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲ ପହଁଚିବା ପରେ ଡାକ୍ତର ସେଠାରେ ଅରିନ୍ଦମ ଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଘଟଣାରେ ବିଭିନ୍ନ ମହଲ ରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ଫସି ରହିଥିବା ଦନ୍ତା ହାତୀର ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ।