ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାକାନ୍ତ ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ତାଙ୍କ ‘ ଆସ ବସ୍ତିକୁ ଯିବା ‘ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି। ଆଜି ଖଡ଼ିଆପଡା ବସ୍ତି ରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଶ୍ରୀ ସେଠୀ ଅବଗତ ହୋଇଥିଲେ। ରାଉରକେଲା ୧୬ ନମ୍ବର ସେକ୍ଟର ତୁମକେଲା ସ୍ଥିତ ଖଡ଼ିଆପଡା ର ଲୋକମାନେ ପାନୀୟ ଜଳ ଏବଂ ବିଦ୍ୟୁତ ସମସ୍ୟା ଭୋଗୁ ଥିବାର ଅଭିଯୋଗ କରଥିଲେ। ସଠାରେ ଥିବା ନଳ କୂପ ଠିକ ଭାବେ କାମ କରୁନଥିବା ଏବଂ କୂଅ ଶୁଖି ଯାଇଥିବାରୁ ପାନୀୟ ଜଳ ସମସ୍ୟା ଲାଗି ରହିଛି। ବିଦ୍ୟୁତ ସଂଯୋଗ ରହୁ ନଥିବାରୁ ଲୋକମାନେ ଅନେକ ସମୟ ଅନ୍ଧାରରେ ରହୁଥିବା କହିଥିଲେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ପ୍ରଶାନ୍ତ ବସ୍ତି ବାସୀଙ୍କୁ ପ୍ରତିଶୃତି ଦେଇଥିଲେ ।

0 227

ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଆଜି ୫ ଜଣ ଡ୍ରଗ୍ସ ଚାଲାଣକାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଅଭଯୁକ୍ତଙ୍କ ନିକଟରୁ ୧୦.୬୦୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି।

ଏହି ଅଭଯୁକ୍ତ ମାନେ ଦୁଇଟି ବାଇକ ରେ ଡ୍ରଗ୍ସ ଚାଲାଣ କରୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲେ। ବ୍ରାଉନ ସୁଗର ସହ ସେମାନଙ୍କ ନିକଟରୁ ୮ ହଜାର ୭ ଶହ ଟଙ୍କା ନଗଦ , ୭ ଟି ମୋବାଇଲ ଫୋନ , ୨ ଟି ବାଇକ ମଧ୍ୟ ଜବତ କରାଯାଇଛି। ଏ ବାବଦରେ ରାଜଗାଙ୍ଗପୁର ଥାନାରେ ଏକ ଏନ ଡି ପି ଏସ ମାମଲା ରଜ୍ଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.