ପ୍ରଶାନ୍ତ ସେଠୀ ଙ୍କ ” ଆସ ବସ୍ତିକୁ ଯିବା ” କାର୍ଯ୍ୟକ୍ରମ।। ଖଡ଼ିଆପଡା ବସ୍ତିବାସୀଙ୍କ ପାନୀୟ ଜଳ ଏବଂ ବିଦ୍ୟୁତ ସଙ୍କଟ ଥିବା ଅଭିଯୋଗ।

0 368

ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାକାନ୍ତ ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ତାଙ୍କ ‘ ଆସ ବସ୍ତିକୁ ଯିବା ‘ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି।

ଆଜି ଖଡ଼ିଆପଡା ବସ୍ତି ରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଶ୍ରୀ ସେଠୀ ଅବଗତ ହୋଇଥିଲେ। ରାଉରକେଲା ୧୬ ନମ୍ବର ସେକ୍ଟର ତୁମକେଲା ସ୍ଥିତ ଖଡ଼ିଆପଡା ର ଲୋକମାନେ ପାନୀୟ ଜଳ ଏବଂ ବିଦ୍ୟୁତ ସମସ୍ୟା ଭୋଗୁ ଥିବାର ଅଭିଯୋଗ କରଥିଲେ। ସଠାରେ ଥିବା ନଳ କୂପ ଠିକ ଭାବେ କାମ କରୁନଥିବା ଏବଂ କୂଅ ଶୁଖି ଯାଇଥିବାରୁ ପାନୀୟ ଜଳ ସମସ୍ୟା ଲାଗି ରହିଛି। ବିଦ୍ୟୁତ ସଂଯୋଗ ରହୁ ନଥିବାରୁ ଲୋକମାନେ ଅନେକ ସମୟ ଅନ୍ଧାରରେ ରହୁଥିବା କହିଥିଲେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ପ୍ରଶାନ୍ତ ବସ୍ତି ବାସୀଙ୍କୁ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.