ଚଳିତ ମାସ ସର୍ବସାଧାରଣ ଙ୍କ ଯାତାୟାତ ଲାଗି ଖୋଲା ଯିବ ଦୂତୀୟ ବ୍ରାହ୍ମଣୀ ସେତୁ ।। ସୂଚନା ଦେଲେ ମୁଖ୍ୟ ଶାସନ ସଚିବ।

1 2,257

ଚଳିତ ମାସ ଶେଷ ସପ୍ତାହରେ ସର୍ବସାଧାରଣ ଙ୍କ ଯାତାୟାତ ଲାଗି ଖୋଲାଯିବ ଦୂତୀୟ ବ୍ରାହ୍ମଣୀ ସେତୁ।ଏହାଦ୍ୱାରା ଅନେକାଂଶରେ ସହରର ଟ୍ରାଫିକ ସମସ୍ୟାର ସମାଧାନ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି ଠାରୁ ରାଉରକେଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା ରେ ପହଞ୍ଚିବା ପରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ହକି ବିଶ୍ୱକପ ର ସମୀକ୍ଷା କରିଥିଲେ। ଆଜି ସକାଳେ ମୁଖ୍ୟ ଶାସନ ସଚିବ ବିପିୟୁଟି ପରିସରରେ ନିର୍ମାଣ କରାଯାଉଥିବା ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିଅମ ବୁଲି ଦେଖିଥିଲେ। ସମୟ ସୀମା ମଧ୍ୟରେ ଏହି ଷ୍ଟାଡିଅମ ନିର୍ମାଣ ସରିବ ବୋଲି ସେ କହିଥିଲେ। ଏହା ସହ ସ୍ମାର୍ଟ ସିଟି ଲିମିଟେଡ଼ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ବ୍ରାହ୍ମଣୀ ନଦୀ ଉପରେ ହେଉଥିବା ଦୂତୀୟ ସେତୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ। ଚଳିତ ମାସ ଶେଷ ବେଳକୁ ଯିବା ଆସିବା ଲାଗି ବ୍ରାହ୍ମଣୀ ସେତୁ ଖୋଲି ଦିଆଯିବ ଏବଂ ଆସନ୍ତା ଜୁନ ମାସ ରେ ୬ ଲେନ ବିଶିଷ୍ଟ ସେତୁକୁ କାର୍ଯ୍ୟକାରୀ କରଯିବା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ରାଉରକେଲା ଏସପି ମୁକେଶ କୁମାର ଭାମୁଙ୍କ ସହ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

1 Comment
  1. Amarnath Jha says

    Good information

Leave A Reply

Your email address will not be published.