ମୁଖ୍ୟ ଶାସନ ସଚିବଙ୍କ ସୁନ୍ଦରଗଡ ଗସ୍ତ।। ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା।।

0 508

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ

। ଶୁକ୍ରବାର ଅପରାହ୍ନ ରେ ସୁନ୍ଦରଗଡରେ ପହଞ୍ଚିବା ପରେ ସଦର ବ୍ଲକ କୋପସିଙ୍ଗା ଠାରେ ପ୍ରସ୍ତାବିତ ଇବ ନଦୀ ଉପରେ ବ୍ୟାରେଜ କାର୍ଯ୍ୟର ତଦାରଖ କରିଥିଲେ । ବ୍ୟରେଜ କାମକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ ମେଡିକାଲ କଲେଜ୍ ମଧ୍ୟ ପରିଦର୍ଶନ କରିଥିଲେ । ସୁନ୍ଦରଗଡ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସୁନ୍ଦରଗଡ ବହି ପଢ଼ ଅନ୍ତର୍ଗତ ଲାଇବ୍ରେରୀ, ଜିଲ୍ଲା ରେ ନୂଆ କରି ଆରମ୍ଭ ହୋଇଥିବା ସମନ୍ୱିତ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ର ମଧ୍ୟ ସମୀକ୍ଷା କରିଥିଲେ । ସୁନ୍ଦରଗଡରେ ବିଭିନ୍ନ ପ୍ରକଳ୍ପ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସନ୍ଧ୍ୟାରେ ରାଉରକେଲା ରେ ପହଞ୍ଚି ଥିଲେ। ରାଉରକେଲା ହାଉସ ଠାରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ହକି ବିଶ୍ୱକପ କାର୍ଯ୍ୟର ସମୀକ୍ଷା କରିଥିଲେ।

Leave A Reply

Your email address will not be published.