ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଉରକେଲା ଗସ୍ତରେ ରେ ଆସି ପହଞ୍ଚୁଛନ୍ତି। ସାନ୍ଧ୍ୟ ୭ ଟା ୪୫ ରେ ପହଁଚିବା ପରେ ସେ ରାଉରକେଲା ହାଉସ ରେ ହକି ବିଶ୍ୱକପ ୨୦୨୩ ପ୍ରସ୍ତୁତି ର ସମୀକ୍ଷା କରିବେ।

ଏହି ସମୀକ୍ଷା ବୈଠକ ରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ , ପୋଲିସ ଅଧିକାରୀ ଏବଂ କ୍ରୀଡା ଅଧିକାରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଶନିବାର ସକାଳ ୬ ଟା ରେ ମୁଖ୍ୟ ଶାସନ ସଚିବ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିଅମ ପରିଦର୍ଶନ କରିବେ । ବିପିୟୁଟି ପରିସର ରେ ନିର୍ମାଣ କରାଯାଉଥିବା ଏହି ଷ୍ଟାଡିଅମ ର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ହକି ବିଶ୍ୱ କପ ୨୦୨୩ ପ୍ରସ୍ତୁତି ର ଟିକିନିଖି ଦିଗ ସମୀକ୍ଷା କରିବେ । ଚଳିତ ଅକ୍ଟୋବର ମାସରେ ଏଠାରେ ଅଭ୍ୟାସ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଥିବାରୁ ଅଗଷ୍ଟ ମାସ ମଧ୍ୟରେ ଷ୍ଟାଡିଅମ କାମ ସାରିବାକୁ ଲକ୍ଷ ରଖାଯାଇଛି। ଶନିବାର ସକାଳେ ହକି ଷ୍ଟାଡିଅମ ପରିଦର୍ଶନ କରିବା ପରେ ମୁଖ୍ୟ ଶାସନ ସଚିବ ଟେନସା ନେଚର କ୍ୟାମ୍ପ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି। ରାଉରକେଲା ଆସିବା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶୁକ୍ରବାର ସନ୍ଧ୍ୟାରେ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଏବଂ ହସପିଟାଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।