ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକର ଭୋଗରା ସ୍କୁଲ ରେ ଏବେ ଚାଲିଛି ରୂପାନ୍ତିକରଣ କାର୍ଯ୍ୟକ୍ରମ।

କିନ୍ତୁ ଆଜି ଏହି ସ୍କୁଲରେ ଏକ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ ମାନେ। ସ୍କୁଲ ର ଛାତ ରୁ ଏକ ବଡ଼ ପ୍ଲାଷ୍ଟର ଖଣ୍ଡ ଖସି ପଡିବାରୁ ସେଠାରେ ହଇଚଇ ଖେଳି ଯାଇଥିଲା। ତେବେ ସେହି ସମୟରେ ସେଠାରେ କେହି ନଥିବାରୁ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇ ପାରିଥିଲା। ସ୍କୁଲ ରୂପାନ୍ତିକରଣ ରେ ନିମ୍ନ ମାନର କାମ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।