ବିରମିତ୍ରପୁର ପଶୁ ଡାକ୍ତରଖାନା ରେ ତାଲା ପକାଇଲେ ସ୍ଥାନୀୟ ଲୋକ।ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଗେଟ ରେ ତାଲା ।

0 446

ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ପଶୁ ଡାକ୍ତରଖାନାରେ ଗତ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା କୌଣସି ଡାକ୍ତର ନଥିବାରୁ ପ୍ରତିବାଦ ରେ ସ୍ଥାନୀୟ ଲୋକମାନେ ଡାକ୍ତରଖାନା ଗେଟ ରେ ତାଲା ପକାଇ ଦେଇଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ସୂଚନା ମୁତାବକ ବିରମିତ୍ରପୁର ରେ ଥିବା ପଶୁ ଡାକ୍ତର ଖାନାରେ ବର୍ଷ ବର୍ଷ ହେଲା କୌଣସି ଡାକ୍ତର ନଥିବାରୁ ଗାଈ ଗୋରୁ ସମେତ ଅନ୍ୟାନ୍ୟ ପଶୁ ଚିକିତ୍ସା ରେ ଅସୁବିଧା ସୃଷ୍ଟି ହେଉଛି । ରାଏବଗା ରୁ ବେଳେବେଳେ ଜଣେ ଡାକ୍ତର ଆସି ଏଠାରେ ପଶୁ ଚିକିତ୍ସା କରିଥାନ୍ତି । ତାଙ୍କର ମଧ୍ୟ କୌଣସି ନିର୍ଦିଷ୍ଟ ସମୟ ସୀମା ନାହିଁ । ବିରମିତ୍ରପୁର ରେ ଅଧିକାଂଶ ଲୋକ ଚାଷ କ୍ଷେତ୍ରରେ ନିୟୋଜିତ ଥିବାରୁ ଗାଈ ଗୋରୁ ପାଳନ କରିଥାନ୍ତି । ଫଳରେ ଏଠାରେ ପଶୁ ଡାକ୍ତରଙ୍କ ସମୟ ଅନୁସାରେ ରହିବା ଆବଶ୍ୟକ । ଏବେ ଗାଈ ଗୋରୁ ଙ୍କୁ ଫାଟୁଆ ଏବଂ ଅନ୍ୟାନ୍ୟ ରୋଗ ହେଉଥିବାରୁ ଚିକିତ୍ସା ଅଭାବରୁ ବହୁ କ୍ଷେତ୍ରରେ ଗାଈ ଗୋରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେଉଛି । ଏଠାରେ ଜଣେ ସ୍ଥାୟୀ ଡାକ୍ତରଙ୍କ ନିଯୁକ୍ତି ଦାବି କରି ସ୍ଥାନୀୟ ଲୋକମାନେ ଡାକ୍ତରଖାନା ଗେଟ ରେ ତାଲା ପକାଇଛନ୍ତି । ଯେପର୍ଯ୍ୟନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି ର ସଠିକ ପ୍ରତିଶୃତି ନ ମିଳିଛି ସେପର୍ଯ୍ୟନ୍ତ ଗେଟ ରେ ତାଲା ପଡି ରହିବ ବୋଲି ସ୍ଥାନିୟ ଲୋକମାନେ କହିଛନ୍ତି ।

Leave A Reply

Your email address will not be published.