ପେଟ୍ରୋଲ ପମ୍ପ , ଏଲପିଜି ଗ୍ୟାସ ଗୋଦାମ,ଶପିଙ୍ଗମଲ ରେ ଅଗ୍ନି ନିର୍ବାପକ ଯନ୍ତ୍ରପାତି ଯାଞ୍ଚ ଆରମ୍ଭ।। ଯାଞ୍ଚ କଲେ ବଣେଇ ଅଗ୍ନିଶମ ବିଭାଗ।
ଏବେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବାର ଦେଖାଯାଉଛି। ଅଗ୍ନି ନିର୍ବାପକ ଯନ୍ତ୍ର ଠିକ ରହିଲେ ଅଗ୍ନିକାଣ୍ଡକୁ ବହୁ ପରିମାଣରେ ପ୍ରତିହିତ କରାଯାଇ ପାରିବ। ଏହାକୁ ଦୃଷ୍ଟିରେ ରଖି ବଣାଇ ଅଗ୍ନିଶମ ବାହିନୀ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରେ ଅଗ୍ନି ନିର୍ବାପକ ଯନ୍ତ୍ରପାତି ର ଯାଞ୍ଚ ଆରମ୍ଭ କରାଯାଇଛି।

ଏହା ତିନିଦିନ ଧରି ଚାଲିବ। ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ , ସପିଙ୍ଗ୍ ମଲ ଗୁଡିକରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡିକ ପ୍ରଥମ ଦିନରେ ଯାଞ୍ଚ କରାଯାଇଛି। ବଣାଇଁ ରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ପହଞ୍ଚି ସେଠାରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡିକ ତଦାରଖ କରିବା ସହିତ ଏଲପିଜି ସିଲିଣ୍ଡର ଗ୍ଯାସ ଗୋଦାମ ଗୃହରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ତଦାରଖ କରାଯାଇଥିଲା। ରବିବାର ସକାଳେ ବଣାଇଁଗଡ ସହରସ୍ଥିତ ମୁଖ୍ୟ ରାସ୍ତାକଡରେ ଥିବା ବିଭିନ୍ନ ସପିଙ୍ଗ୍ ମଲ , ପେଟ୍ରୋଲ ପମ୍ପ , ଏଲ ପି ଜି ସିଲିଣ୍ଡର ଗ୍ୟାସ ଗୋଦାମ ରେ ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡିକ ତଦାରଖ କରାଯାଇଥିଲା ।ଅଗ୍ନି ନିର୍ବାପକ ସରଞ୍ଜାମ ଏବଂ ଯନ୍ତ୍ରପାତି ଠିକ ଭାବେ ନରଖିଲେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫାୟାର ଅଫିସର ବିଜୟ କୁମାର ସସମଲ କହିଛନ୍ତି