ରାଉରକେଲା ସରକାରୀ ହସପିଟାଲ ରେ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ଶବ ଉଦ୍ଧାର।। ପୋଲିସ ତଦନ୍ତ ଜାରି।

0 772

ରାଉରକେଲା ସରକାରୀ ହସପିଟାଲ ରେ ଜଣେ ଚିକିତ୍ସାଧୀନ ରୋଗୀ ର ଝୁଲନ୍ତା ଶବ ଉଦ୍ଧାର ଘଟଣାରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

ରଘୁନାଥପାଲି ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏହି ଅଘଟଣ ର ତଦନ୍ତ ଲାଗି ଏକ କମିଟି ଗଠନ କରିଛନ୍ତି। ସୂଚନା ଅନୁଯାୟୀ କୁଆରମୁଣ୍ଡା ବ୍ଲକ ରିଉ ଗ୍ରାମର ୪୦ ବର୍ଷୀୟ ସହର ଝରା ଅସ୍ଥିଶଲ୍ୟ ବିଭାଗ ବେଡ଼ ନମ୍ବର ୯୨ ରେ ରହି ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ସେ ନିଜ ବେଡ଼ ରେ ଥିଲେ। ସକାଳୁ ବର୍ଣ୍ଣ ୱାର୍ଡ ସମ୍ମୁଖ ଝରକା ରେଲିଙ୍ଗ ରେ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଲଥିଲା। ଏହା ଏକ ଆତ୍ମହତ୍ୟା ଘଟଣା ହୋଇଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି। ହସପିଟାଲ ର ବିଭିନ୍ନ ୱାର୍ଡ ଏବଂ କରିଡର ରେ ସିସିଟିଭି ଲାଗିଥିବା ସହ ସୁରକ୍ଷା କର୍ମୀ ମୁତୟନ ଅଛନ୍ତି। ତେବେ ଏହା ସ୍ଵତ୍ତ୍ୱେ ଏହି ଅଘଟଣ କିପରି ସଠିକ ସମୟରେ ଜଣା ନପଡ଼ିଲା ତାର ବିଭାଗୀୟ ତଦନ୍ତ ଚାଲିଛି।

Leave A Reply

Your email address will not be published.