ରାହୁଲ ଅଗ୍ରୱାଲ ଙ୍କ ରାଉରକେଲା ରେ ଶେଷକୃତ୍ୟ ସମ୍ପନ।। ରାହୁଲଙ୍କ ମୃତ୍ୟୁ ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲେ ପରିବାରବର୍ଗ।
ଜାମସେଦପୁର ରେ ରାଉରକେଲା ସିଭିଲ ଟାଉନଶିପ ର ବ୍ୟବସାୟୀ ରାହୁଲ ଅଗ୍ରୱାଲ ଙ୍କ କୋଠାରୁ ପଡି ମୃତ୍ୟୁ ମାମଲା ର ଏବେ ପୋଲିସ ତଦନ୍ତ ଚାଲିଛି। ତେବେ ଶନିବାର ଦିନ ରାହୁଲ ଙ୍କ ଅନ୍ତିମ ସଂସ୍କାର ରାଉରକେଲା ରେ ସମ୍ପନ୍ନ ହୋଇଛି। ରାଉରକେଲା ସିଭିଲ ଟାଉନଶିପ ବାସଭବନରେ ରାହୁଲଙ୍କ ଶେଷ ଦର୍ଶନ ଲାଗି ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗି ରହିଥିଲା। ରାହୁଲଙ୍କ ଅକାଳ ମୃତ୍ୟୁ ରେ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

୨୦୧୨ ମସିହାରେ ରାହୁଲ ଜାମସେଦପୁର ରେ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲା। ମାତ୍ର କିଛିବର୍ଷ ପରେ ପାରିବାରିକ କଳହ ଯୋଗୁଁ ରାହୁଲଙ୍କ ସ୍ତ୍ରୀ ତାଙ୍କୁ ଛାଡି ପିଲାଙ୍କୁ ନେଇ ଜାମସେଦପୁର ରେ ବାପଘରେ ରହୁଥିଲେ। ସେଠାରେ ଶଶୁର ଘର ପକ୍ଷରୁ ରାହୁଲ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଯୌତୁକ ନିର୍ଯ୍ୟାତନା ମାମଲା ମଧ୍ୟ ଦାୟର କରାଯାଇଥିଲା। ଯାହାକୁ ନେଇ ରାହୁଲ ମାନସିକ ଯନ୍ତ୍ରଣା ମଧ୍ୟରେ ଗତି କରୁଥିଲେ। ଛାତ ରୁ ପଡି ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ତାଙ୍କ ମୃତ୍ୟୁ ଲାଗି ସେ ଶ୍ୱଶୁର ଘର ଲାକଙ୍କୁ ଦାୟୀ କରିଥିଲେ। ଏ ବାବଦରେ ପୋଲିସ ତଦନ୍ତ ଜାରି ରହିଛି।
ସୂଚନା ଯୋଗ୍ୟଯେ ଗତ ୫ ତାରିଖ ଦିନ ରାଉରକେଲା ସିଭିଲ ଟାଉନ ଶିପ ର ବ୍ୟବସାୟୀ ରାହୁଲ ଅଗ୍ରୱାଲ ଜାମସେଦପୁର ରେ ହୋଟେଲ ଛାତ ରୁ ପଡି ମୃତ୍ୟୁ ବରଣ କରିଥିଲେ। କେହି କେହି ଏହାକୁ ଆତ୍ମହତ୍ୟା କହୁଥିବା ବେଳେ କେହି କେହି ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି।