ରାଉରକେଲା ସହରରେ ପୁଣି ପଶିଲେ ହାତୀପଲ୍ଲ । ସହରର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ
ଶୁକ୍ରାଟୋଲା ରେ ଆଜି ଏହି ହାତୀପଲ୍ଲ କୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ଗତକାଲି ରାତିରେ ଏହି ହାତୀପଲ୍ଲ ବେଦବ୍ୟାସ ନିକଟ ପାଣ୍ଡେ କଲୋନୀରେ ପଶିଥିଲେ । ହାତୀପଲ୍ଲ କୁ ଘଉଡାଇବାକୁ ସ୍ଥାନୀୟ ଲୋକ ଏବଂ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଥିବା ବେଳେ ଏହି ହାତୀ ମାନେ ନିକଟସ୍ଥ ବସ୍ତି ଆଡକୁ ଚାଲିଯାଇଥିଲେ । ତେବେ ନଦୀରେ ଏବେ ଅଧିକ ପାଣି ଥିବାରୁ ହାତୀପଲ୍ଲ ନଦୀ ପାର ହୋଇ ଯାଇପାରୁନାହାନ୍ତି । ଜନ ବସତି ଅଞ୍ଚଳରେ ହାତୀ ମାନେ ଯେପରି କୌଣସି କ୍ଷୟ କ୍ଷତି କରି ନପାରିବେ ସେଥିଲାଗି ବନ ବିଭାଗ ସଜାଗ ରହିଛି ।