ଆଜିଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଟ୍ରାଫିକ ନିୟମ କଡାକଡି।। ବିଭିନ୍ନ ସ୍ଥାନରେ ସିସିଟିଭି।। ବୁଲିଲା ସଡକ ସୁରକ୍ଷା ସଚେତନତା ରଥ।
ଆଜିଠାରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି।

ସୁନ୍ଦରଗଡ଼ ସହରରେ ଟ୍ରାଫିକର ସୁପରିଚାଳନା ଲାଗି ସ୍ୱୟଂଚାଳିତ ଟ୍ରାଫିକ୍ ଲାଇଟ୍ ବ୍ୟବସ୍ଥା କରାଯାଇଛି। ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ଯାଇଥିବା ରାଜ୍ୟ ରାଜପଥ, ଜାତୀୟ ରାଜପଥ ଏବଂ ସହରାଞ୍ଚଳର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି।
୧୦ ନମ୍ବର ରାଜ୍ୟ ରାଜପଥର ଭସ୍ମା ଛକଠାରୁ ବେଦବ୍ୟାସ ଏବଂ ୧୪୩ ନମ୍ବର ଜାତୀୟ ରାଜପଥର ବେଦବ୍ୟାସ ଛକଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ଯାଇଥିବା ବିଭିନ୍ନ ରାସ୍ତାରେ କ୍ୟାମେରା ଖଞ୍ଜାଯାଇଛି
। ସେହିପରି ସୁନ୍ଦରଗଡ଼, ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ସହରର ଟ୍ରାଫିକ୍ କ୍ୟାମେରା ନଜରରେ ରହିଛି। ତେଣୁ ଟ୍ରାଫିକ୍ ନିୟମ ପାଳନ କରିବାକୁ ଜିଲ୍ଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ସମସ୍ତ ଗାଡ଼ି ଚାଳକ ଏବଂ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଲୋକଙ୍କୁ ସଚେତନ କରାଇବା ଲାଗି ଆଜି ମେ ୧ ତାରିଖରୁ ମାଇକ ଯୋଗେ ପ୍ରଚାର ଆରମ୍ଭ କରାଯାଇଛି। ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଜରିମାନା ଭରିବାକୁ ପଡିବ ବୋଲି ସତର୍କ କରିଦିଆଯାଇଛି।
