ସୁବ୍ରତ ପଟ୍ଟନାୟକ ରାଉରକେଲା ବଣିକ ସଂଘର ସଭାପତି ଏବଂ ସୁନୀଲ କୟାଲ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ।

0 1,349

ସହରର ଜଣାଶୁଣା ବ୍ୟକ୍ତିତ୍ୱ ସୁବ୍ରତ କୁମାର ପଟ୍ଟନାୟକ ରାଉରକେଲା ଚେମ୍ବର ଅଫ କମର୍ସ ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ
ପି ଟିବ୍ରିୱାଲ ଙ୍କ ଠାରୁ ଅଧିକ ୯୮ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସୁବ୍ରତ ୪୦୭ ଭୋଟ ପାଇଥିବା ବେଳେ ଟିବ୍ରିୱାଲ ୩୦୯ ଭୋଟ ପାଇଛନ୍ତି। ସେହିପରି ସାଧାରଣ ସମ୍ପାଦକ ଭାବେ ସୁନୀଲ କୟାଲ ୪୨୨ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ଆଜି ସକାଳୁ ରାଉରକେଲା ବଣିକ ସଂଘର ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯାଇଥିଲା। ଭୋଟ ଗଣତି ର ଫଳାଫଳ ସନ୍ଧ୍ୟାରେ ବାହାରିବା ପରେ ଶୁଭେଛୁ ମାନେ ବିଜୟୀ ପ୍ରାର୍ଥୀ ମାନଙ୍କୁ ଅଭିନନ୍ଦନ ସହ ସମ୍ବର୍ଦ୍ଧନା ଦେଇଥିଲେ। ବହୁ ଦୃଷ୍ଟିକୋଣ ରୁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିଲା ।

Leave A Reply

Your email address will not be published.