ବିରମିତ୍ରପୁର: ୩୫ ବର୍ଷ ହେଲା ଘଣ୍ଟା ଘଣ୍ଟା ଧରି ପାଣିରେ ଭାସୁଛନ୍ତି ବବଲୁ।। ଚମତ୍କାର ନୁହେଁ ଅଭ୍ୟାସ ହିଁ ଏହାର ମୂଳ ଉତ୍ସ
ବିରମିତ୍ରପୁର:୮/୧(ସତ୍ୟାନ୍ୟୁଜ) ୧୦ ବର୍ଷ ବୟସରୁ ପାଣିରେ
ଭାସୁଛନ୍ତି ୪୫ ବର୍ଷୀୟ ଯୁବକ ବବଲୁ ସାହୁ। ଇଏ କୌଣସି ଚମତ୍କାର କିମ୍ବା ଯୋଗ ସାଧନା ଦ୍ଵାରା ନୁହେଁ , କେବଳ ଅଭ୍ୟାସ ଦ୍ୱାରା ହିଁ ସମ୍ଭବ ହୋଇଛି। ପ୍ରବଳ ଶୀତରେ ପାଣିରେ ଘଣ୍ଟା ଘଣ୍ଟା ଧରି ଭାସୁଛନ୍ତି। ଖରାଦିନେ ଦିନ ସାରା ଭାସନ୍ତି। ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବିରମତ୍ରପୁର ରେ। ଏବେ ମଧ୍ୟ
ବିରମିତ୍ରପୁର ର ବହୁ ଲୋକ ନଦୀ , ନାଳ , ପୋଖରୀରେ ଗାଧୋଉଛନ୍ତି। ବବଲୁ କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେତେ ବେଳେ ସେ ପ୍ରଥମେ ନାଳ କୁ ଗାଧୋଇବାକୁ ଯାଇଥିଲା। ସେବେ ଠାରୁ କୌତୁହଳ ବଶତଃ ଭସିବା ପ୍ରୟାସ କରୁ କରୁ ଏହା ଅଭ୍ୟାସ ରେ ପରିଣତ ହୋଇ ଯାଇଥିଲା। ଆଜି ସେ ୪୫ ବର୍ଷ ବୟସ ରେ ମଧ୍ୟ ଘଣ୍ଟା ଘଣ୍ଟା ଧରି।ପାଣିରେ ଭାସୁଛନ୍ତି। ଏହା କୌଣସି ଚମତ୍କାର ନୁହେଁ କେବଳ ଅଭ୍ୟାସ ଦ୍ୱାରା ହିଁ ସମ୍ଭବ ହୋଇ ପାରିଛି ବୋଲି ବବଲୁ କୁହନ୍ତି।