ରାଉରକେଲା : ଜୁଆ ଆଡ୍ଡା ଉପରେ ଛେଣ୍ଡ ଥାନା ପୋଲିସ ର ଚଢ଼ାଉ।। ୯ ଗିରଫ।। ନଗଦ ୭ ଲକ୍ଷ ସହ ସ୍କୋର୍ପିଓ ଗାଡ଼ି , ବାଇକ୍ ଜବତ।
ରାଉରକେଲା ଛେଣ୍ଡ୍ ଥାନା ପୁଲିସର ବଡ଼ ସଫଳତା : ଜୁଆ ଆଡ୍ଡା ଉପରେ ଚଢ଼ାଉ। ୯ ଗିରଫ । ₹୭.୦୦ ଲକ୍ଷ ନଗଦ ଜବତ
ରାଉରକେଲା, ୨୫/୭
ସତ୍ୟାନ୍ୟୁଜ): ରାଉରକେଲା ଛେଣ୍ଡ ଥାନା ପୁଲିସ ଏକ ବଡ଼ ଧରଣର ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିବା ସହ ବହୁ ପରିମାଣର ନଗଦ ଟଙ୍କା, ମୋବାଇଲ ଫୋନ୍, ତାସ ଓ ଗାଡ଼ି ଜବତ କରିଛି।
ଗତକାଲି ରାତିରେ ଏକ ପୋଲିସ୍ ଟିମ୍ ବାଙ୍କିଆ ସ୍ଥିତ ଓମଫେଡ୍ କାରଖାନା ନିକଟରେ ଚଢ଼ାଉ କରିଥିଲେ। ସେଠାରେ ୯ ଜଣ ବ୍ୟକ୍ତି ବେଆଇନ ଭାବେ ଜୁଆ ଖେଳୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା।
ଏହି ଚଢ଼ାଉର ନଗଦ ୭ ଲକ୍ଷ ଟଙ୍କା ଟଙ୍କା, ୧୨ଟି ମୋବାଇଲ ଫୋନ୍, ୧୦୪ଟି ତାସ ମୁଠା, ୩ଟି ଟର୍ଚ୍ଚଲାଇଟ୍ ସହ ମହିନ୍ଦ୍ରା ସ୍କର୍ପିଓ ଗାଡ଼ି, ମାରୁତି ସୁଜୁକି ସ୍ୱିଫ୍ଟ, ଏକ ମୋଟରସାଇକେଲ ଓ ଏକ ସ୍କୁଟି ଜବତ କରାଯାଇଛି।
ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ଚ୍ଛେଣ୍ଡ ଥାନା ରେ ଏକ ମାମଲା ରୁଜୁ ହୋଇଛି।
ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ, ମାମଲାର ଅଧିକ ତଦନ୍ତ ଜାରି ରହିଛି।