ବିରମିତ୍ରପୁର: ୧୪୩ ନମ୍ୱର୍ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ।। ବଡବଡ ଖାଲ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି।

0 45

ବିରମିତ୍ରପୁରର NH-143ର ଦୟନୀୟ ଅବସ୍ଥା : NHAIର ନୀରବତାକୁ ନେଇ ବଢ଼ୁଛି ଅସନ୍ତୋଷ।
ବିରମିତ୍ରପୁର : ୨୫/୭
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥ ର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ। ରାସ୍ତାରେ ବଡ଼ ବଡ଼ ଖାଲ, ଉଖୁଡି ଯାଇଥିବା ପିଚୁ ଏବଂ ବର୍ଷା ପାଣି ଜମି ରହୁଥିବାରୁ ପ୍ରତିଦିନ ଯାତାୟାତ କରୁଥିବା ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ରାସ୍ତା ଦେଇ ୨୪ ଘଣ୍ଟା ଧରି ଶହ ଶହ ଟ୍ରକ୍, ବସ୍, କାର୍, ବାଇକ୍ ଏବଂ ଅନ୍ୟାନ୍ୟ ଗାଡ଼ି ଚଳାଚଳ କରୁଛି। ଏହା ଓଡ଼ିଶାରୁ ଝାରଖଣ୍ଡ ଓ ଛତିଶଗଡ଼କୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ହୋଇଥିଲେ ମଧ୍ୟ ଏହାର ମରାମତି କାର୍ଯ୍ୟ ଦୀର୍ଘଦିନ ଧରି ହୋଇନଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବର୍ଷା ଦିନରେ ଖାଲଗୁଡ଼ିକ ପାଣିରେ ଭରି ଯାଉଥିବାରୁ ଦୁର୍ଘଟଣାର ଆଶଙ୍କା ଆହୁରି ବଢ଼ିଯାଉଛି। ଯାତ୍ରୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ଆମ୍ବୁଲାନ୍ସ ସେବା ମଧ୍ୟ ଏହି ରାସ୍ତା ଯୋଗୁଁ ପ୍ରଭାବିତ ହେଉଛି।
ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରୁଛନ୍ତି ଯେ, ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଫଳରେ ବିରମିତ୍ରପୁରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏବେ ସ୍ଥାନୀୟ ଜନସାଧାରଣଙ୍କ ଦାବି ହେଉଛି, ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ୧୪୩ ନମ୍ବର ଜାତୀୟ ରାଜପଥର ତୁରନ୍ତ ମରାମତି କରାଯାଉ।

Leave A Reply

Your email address will not be published.