ଅବସର ଗ୍ରହଣ ପରେ ସୁନ୍ଦରଗଡ଼ ଜିଲ୍ଲା ଏକମା ସ୍କୁଲ ର ପ୍ରଧାନ ଶିକ୍ଷକଙ୍କୁ ଭାବପୂର୍ଣ ବିଦାୟ ସମ୍ବର୍ଦ୍ଧନା।।

0 493

ଦୀର୍ଘ ୩୪ ବର୍ଷ ଚାକିରୀ କରିବା ପରେ ଅବସର ଗ୍ରହଣ କରିଛନ୍ତି ସୁଦରଗଡ଼ ଜିଲ୍ଲା ଏକମା ପଞ୍ଚାୟତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରାମେଶ୍ୱର ରାୟ। ଅବସର ପରେ ଆଜି ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଶ୍ରୀ ରାୟ ଙ୍କୁ ଭାବପୂର୍ଣ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

୧୯୮୮ ମସିହାରେ ରାମେଶ୍ୱର ରାୟ ବଡ଼ଗାଁ ବ୍ଲକର ଏକମା ସ୍କୁଲ ରେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲେ। ଏହାପରେ ୨୦୦୯ ମସିହାରେ ଏହି ସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇଥିଲେ। ସ୍କୁଲରେ ଉନ୍ନତି ଲାଗି ଏବଂ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦାନରେ ନିଷ୍ଠା ଯୋଗୁଁ ସେ ସ୍ଥାନୀୟ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ବିଦାୟ ସମ୍ବର୍ଦ୍ଧନା ସଭାରେ ଶ୍ରୀ ରାୟ ତାଙ୍କର ୩୪ ବର୍ଷର ଅଭିଜ୍ଞତା ବାବଦରେ କହିଥିଲେ।

Leave A Reply

Your email address will not be published.