ତିନୋଟି ପିଲାକୁ ମାରି ବାପା କୂଅରେ ଫୋପାଡ଼ି ଦେଲା।। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅଞ୍ଚଳର ଘଟଣା।। ପକ୍ଷ ତଦନ୍ତ ଜାରି।
ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କମଣ୍ଡ ନିକଟ କୁଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାପା ତାର ତିନୋଟି ପିଲାଙ୍କୁ ମାରି କୂଅ ରେ ଫୋପାଡ଼ି ଦେଇଥିବାର ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି।

ଏ ବାବଦରେ ପିଲା ମାନଙ୍କ ମା କୋଇଡା ଥାନାରେ ସୂଚନା ଦେବାପରେ ଘଟଣା ସ୍ଥଳରେ ପୋଲିସ ଏବଂ ଫାୟାର ବ୍ରିଗେଡ଼ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ କୁ ମଧ୍ୟ ଘଟଣା ସ୍ଥଳକୁ ପଠାଯାଇଛି। ତେବେ କେଉଁ ପରିସ୍ଥିତିରେ ଏପରି ହୃଦୟ ବିଦାରକ କାଣ୍ଡ ଘଟିଗଲା ତାର କାରଣ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।