ବଣେଇ ଥାନା ଅଞ୍ଚଳରେ ଦୁଇଟି ପୃଥକ ଦୁର୍ଘଟଣା ରେ ଜଣେ ମୃତ , ୪ ଆହତ।

0 633

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଶୁକ୍ରବାର ଦିନ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିବା ସହ ଚାରିଜଣ ଆହତ ହୋଇଛନ୍ତି।

ବଣାଇ ଥାନା ର ମଧୁପୁର ନିକଟରେ ଦୁର୍ଘଟଣା ରେ ବିସିକେସନ ସାମଲ ନାମକ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ଉକ୍ତ ଗ୍ରାମର ବିସିକେଶନ ସାମଲ ଏବଂ ଅନ୍ୟଜଣେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ବିସିକେଶନ ଙ୍କ ମୃତ୍ୟୁ ହୋଇ ଥିଲା। ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଥମେ ବଣାଇ ଡାକ୍ତର ଖାନା ନିଆଯାଇଥିଲା। ଅଧିକ ଚିକିତ୍ସା ଲାଗି ତାଙ୍କୁ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ବଣାଇ କୁ ସଂଯୋଗ କରୁଥିବା ରାସ୍ତା ଟାୟାର ଜାଳି ଅବରୋଧ କରିଥିଲେ। ପରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ସେହିପରି ଜାତୀୟ ରାଜପଥର ର ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.