ରାଉରକେଲା ମଛଲୀ ମାର୍କେଟ ରେ ଏକ ଘରେ ନିଆଁ ଲାଗି ଜଳିଗଲା ଆସବାବପତ୍ର।। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଥିବା ସନ୍ଦେହ।

0 607

ରାଉରକେଲା ନୂଆ ବସ ଷ୍ଟାଣ୍ଡ ନିକଟରେ ଥିବା ମଛଲୀ ମାର୍କେଟ ରେ ଏକ ଘରେ ଅଗ୍ନିକାଣ୍ଡ ଘଟି ଘରର ଆସବାବପତ୍ର ପୋଡିଯାଇଛି।

ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଠିକ ସମୟରେ ନିଆଁକୁ ଆୟତ୍ତ କରିବାରୁ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଲା। ଶନିବାର ସକାଳେ ଘରଲୋକ ମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ରୁ ଘରକୁ ନିଆଁ ବ୍ୟାପି ଯାଇଥିଲା ଘର ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା। ପରେ ଫାୟାର ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଅୟତ୍ତ କରିଥିଲେ।

Leave A Reply

Your email address will not be published.