ରାଉରକେଲା : ଘର ଝରକା ଭାଙ୍ଗି ଗହଣା ଲୁଟ୍ ଗ୍ୟାଙ୍ଗ ର ୪ ସଦସ୍ୟ ଗିରଫ।। ଲକ୍ଷାଧିକ ଟଙ୍କା ର ଲୁଟ୍ ଗହଣା ସହ ନଗଦ ୭୦ ହଜାର ଗିରଫ।

0 52

ପ୍ଲାଣ୍ଟସାଇଟ୍ ଥାନା ପୋଲିସ୍ ର ବଡ଼ ସଫଳତା: ଘର କବାଟ ଭାଙ୍ଗି ଲୁଟ୍ ମାମଲାର ପର୍ଦ୍ଦାଫାଶ, ୪ ଗିରଫ।
ରାଉରକେଲା: ୨୩/୭
(ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟସାଇଟ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଦରଗାହି ମହଲ୍ଲାରେ ଘରର ଝରକା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।
ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ଗୋଟିଏ ସୁନା ହାର, ସୁନା ବିନ୍ଦି, ନାକଫୁଲ, ଏକ ଯୋଡ଼ା କାନଫୁଲ, ୫ଟି ସୁନା ମୁଦି ଏବଂ ୭୦ ହଜାର ଟଙ୍କା ନଗଦ ଜବତ କରିଛି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ
କଳାବତୀ ଫ୍ୟାନ୍ସି ଜୁଏଲର୍ସର ମାଲିକ କପିଲ ଦେବ ଶର୍ମା ମଧ୍ୟ ରହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ବଲ୍ଲିଙ୍କ ନାମରେ ପୂର୍ବରୁ ମଧ୍ୟ ଏକ ସମାନ ଅପରାଧିକ ମାମଲା ରହିଛି।
ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.