ଗାଧୋଉଥିବା ବେଳେ ଖାଦାନ ପାଣିରେ ବୁଡି ନାବାଳକ ନିଖୋଜ।। ଫାୟାର ଟିମ ର ଉଦ୍ଧାର କାର୍ଯ୍ୟ ଜାରି।

0 671

ଗାଧୋଉଥିବା ବେଳେ ପାଣି ରେ ବୁଡି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି ରାଉରକେଲା ପ୍ଲାଣ୍ଟସାଇଟ ଥାନା ରେଳବାଇ କଲୋନୀ ର 13 ବର୍ଷ ନାବାଳକ ଜ୍ଞାନ ରଞ୍ଜନ ମହନନ୍ଦିଆ ।

ନାବାଳକ ଜଣଙ୍କ ନିଜ ପରିବାର ସହ ଗତକାଲି ରଘୁନାଥପଲ୍ଲୀ ଥାନା ଗଢିଆଟୋଲା ଅଞ୍ଚଳକୁ ନିଜ ସମ୍ପର୍କୀୟ ଙ୍କ ବାହାଘର ରେ ଯୋଗଦେବା ପାଇଁ ଯାଇଥିଲେ। ଶୁକ୍ରବାର ଦିନ ଜ୍ଞାନ ସ୍ଥାନୀୟ କିଛି ସାଙ୍ଗ ମାନଙ୍କ ସହ ଆରଏସପି ର ଖୋଳା ଯାଇଥିବା ଏକ ଖାଦାନ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡି ଯାଇଥିଲେ। ଜ୍ଞାନ ଙ୍କ ମାମୁ ତାଙ୍କୁ ସନ୍ଧ୍ୟାରେ ନେବା ପାଇଁ ପହଞ୍ଚି ଖୋଜିବାରୁ ସେ ମିଳିନଥିଲା। ଶେଷରେ ସେ ଗାଧୋଇବା କୁ ଯାଇ ଫେରି ନଥିବାର ଜଣା ପଡିଥିଲା। ଆଜି ସକାଳୁ ଅଗ୍ନିଶମ ବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.