କୋଇଡା-ଗଣୁଆ ରାସ୍ତାର ଅବସ୍ଥା ଶୋଚନୀୟ ।ଗ୍ରାମ୍ୟ ରାସ୍ତାରେ ଭାରି ଯାନ ଚଳା ଚଳ କୁ ବିରୋଧ

0 456

ଗ୍ରାମ୍ୟ ରାସ୍ତାରେ ଭାରୀ ଯାନ ଚଳା ଚଳ କୁ ବାରଣ ଥିବା ସ୍ଵତ୍ତ୍ୱେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ନିର୍ମିତ ଗ୍ରାମ୍ୟ ରାସ୍ତା ଭାରୀଯାନ ଚଳା ଚଳ ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଲୋକମାନଙ୍କ ଯିବା ଆସିବାରେ ଅସୁବିଧା ସୃଷ୍ଟି ହୋଇଛି । ଏପରି ଅଭିଯୋଗ ଆସିଛି କୋଇଡା ବ୍ଲକ ରୁ । ପାଖ କେନ୍ଦୁଝର ଜିଲ୍ଲାର କେତେକ ଖଣିରୁ ଲୁହାପଥର ନେଇ ବହୁ ଭାରି ଯାନ ଗଣୁଆ ରାସ୍ତାରେ ଯିବା ହେତୁ ଏହି ରାସ୍ତା ନଷ୍ଟ ହୋଇଯାଇଛି । ଫଳରେ ଗଣୁଆ ରୁ କୋଇଡା ଯିବାଲାଗି ଦୁଇଟି ପଞ୍ଚାୟତ ର ଲୋକମାନେ ହଇରାଣ ହେଉଛନ୍ତି । ଉକ୍ତ ରାସ୍ତାରେ ଚାଲୁଥିବା ଗାଡି କେନ୍ଦୁଝର ଜିଲ୍ଲାରୁ ଲୁହା ପଥର ଆଣୁଥିବାରୁ ସେମାନଙ୍କ ଠାରୁ ଜିଲ୍ଲା ଖଣିଜ ପାଣ୍ଠି କୁ ଅର୍ଥ ନଆସିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତାକୁ ଖୁବ ଶୀଘ୍ର ତିଆରି କରିବାକୁ ସ୍ଥାନିୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.