ରାଉରକେଲା : ଅକ୍ଟୋବର ୨୦ ରେ ରାବଣ ଦହନ କାର୍ଯ୍ୟକ୍ରମ।। ହାଇ ଭୋଲ୍ଟେଜ ଆତସବାଜି ରହିବ ମୁଖ୍ୟ ଆକର୍ଷଣ।

0 28

ରାଉରକେଲାରେ ଅକ୍ଟୋବର ୨୦ରେ ଭବ୍ୟ ରାବଣ ଦହନ ଉତ୍ସବ।
ରାଉରକେଲା, ୧୫ ଅକ୍ଟୋବର:
(ସତ୍ୟାନ୍ୟୁଜ) ବିଜୟା ଦଶମୀ ଅବସରରେ ଆସନ୍ତା ଅକ୍ଟୋବର ୨୦ ତାରିଖରେ ରାଉରକେଲା ସେକ୍ଟର-୧୩ ମେଲଣ ଗ୍ରାଉଣ୍ଡରେ ଭବ୍ୟ ରାବଣ ଦହନ ଉତ୍ସବ ଆୟୋଜିତ ହେବ। ଏନେଇ ରାଉରକେଲା ଦଶହରା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏହି ଉତ୍ସବର ମୁଖ୍ୟ ଆକର୍ଷଣ ରହିବ ରାବଣ ଦହନ, ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ଏବଂ ଭଜନ ସମାରୋହ। ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ସହରବାସୀ ଯୋଗଦେବାର ଆଶା ରହିଛି।
ଅଧର୍ମ ଉପରେ ଧର୍ମର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ନେଇ ଏହି ଉତ୍ସବ ପାଳନ କରାଯିବ।
ଜନସାଧାରଣ ଆସନ୍ତା ଅକ୍ଟୋବର ୨୦ରେ ସେକ୍ଟର-୧୩ ମେଲଣ ଗ୍ରାଉଣ୍ଡରେ ଆୟୋଜିତ ଏହି ଭବ୍ୟ ରାବଣ ଦହନ ଉତ୍ସବରେ ସାମିଲ ହେବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.