ସୁନ୍ଦରଗଡରେ ଦୃବୃତ୍ତଙ୍କ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ।। ଘଟଣା ସ୍ଥଳରେ ଚାପା ଉତ୍ତେଜନା।। ପୋଲିସ ତଦନ୍ତ ଜାରୀ।

0 461

ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ଅଜଣା ଦୃବୃତ୍ତଙ୍କ ଗୁଳି ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ମହାନ୍ତି ପଡା ର ମୁରାରୀ ତନ୍ତି ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ମୁରାରି ଅନ୍ୟ ଜଣେ ଯୁବକ ସହ ନିଜ କାର ରୁ ଓଲ୍ହାଇ ଆସୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ଦୁଇ ଜଣ ଯୁବକ ବାଇକ ରେ ଆସି ହଠାତ ମୁରାରୀଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ମୁରାରୀଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତା ଯୋଗୁଁ ଏହା ଘଟିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତ ଦୁଇ ଜଣ ମୁଖା ପିନ୍ଧିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୃବୃତ୍ତ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ଼ ଚାଲିଛି।

Leave A Reply

Your email address will not be published.