କ୍ୟାନ୍ସର ରୋଗର ମଧ୍ୟ ଚିକିତ୍ସା କରାଯାଇ ପାରିବ। ଯାଞ୍ଚ ଦ୍ୱାରା ଶୀଘ୍ର ରୋଗ ନିରୂପଣ ହେଲେ ଚିକିତ୍ସା ସହଜ ହେବ । ଏହାସହ କ୍ୟାନ୍ସର ରୁ ଆରୋଗ୍ୟ ହେବା ସମ୍ଭାବନା ଅଧିକ ରହିବ ବୋଲି ଆୟୋଜିତ ଯାଞ୍ଚ ଶିବିର ରେ ଅତିଥି ମାନେ ମତ ଦେଇଛନ୍ତି।

ରାଜସ୍ଥାନ ପରିଷଦର ସୁବର୍ଣ୍ଣ ଜୟନ୍ତୀ ପରିପ୍ରେକ୍ଷୀରେ ରାଉରକେଲା ରେ ଆୟୋଜିତ ଏକ ମାଗଣା କ୍ୟାନସର ଯାଞ୍ଚ ଶିବିର ର ଆୟୋଜନ କରାଯାଇଛି। ସ୍ଥାନୀୟ ଅମର ଭବନ ରେ ଆୟୋଜିତ ଏହି ଶିବିର କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହନଗର ନିଗମର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଉଦଘାଟନ କରିଥିଲେ। ଅଖିଳ ଭାରତୀୟ ମାରୱାଡି ଯୁବା ମଞ୍ଚ ଆନୁକୂଲ୍ୟରେ ହେଉଥିବା ଏହି ଶିବିର ଉଦଘାଟନୀ ଉତ୍ସବ ରେ ରାଜସ୍ଥାନ ପରିଷଦର ଅଧ୍ୟକ୍ଷ ଶୈଳେନ୍ଦ୍ର ମରୋଠିଆ , ମାରୱାଡି ଯୁବାମଞ୍ଚର ନରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ମାଗଣା ଚକ୍ଷୁ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା।