ଲେମ୍ବୁ ଗୋଟା ୧୦।।ଲେମ୍ବୁ ସର୍ବତ , ଲେମ୍ବୁ ପଖାଳ , ଲେମ୍ବୁ ସଲାଡ଼ ଏବେ ସାତ ସପନ।। କାହିଁକି ବଢୁଛି ଲେମ୍ବୁ ଦର।!

0 339

କିଛିଦିନ ପୂର୍ବରୁ ୧୦ ଟଙ୍କାରେ ମିଳୁଥିଲା ୬ ଟି ଲେମ୍ବୁ। ଏବେ ମିଳୁଛି ୧୦ ଟଙ୍କାରେ ଗୋଟିଏ ଲେମ୍ବୁ। ତା ପୁଣି ଅଧା କଞ୍ଚା , ଅଧା ସୁଖା। କେବଳ ରାଉରକେଲା କିମ୍ବା ଓଡିଶା ନୁହେଁ ସାରା ଦେଶରେ ଲେମ୍ବୁ ଦର ଅହେତୁକ ଭାବେ ବୃଦ୍ଧି ପାଇଛି।

ସେ ଗୁଜରାଟ ହେଉ କି ପଞ୍ଜାବ , ଦିଲ୍ଲୀ ହେଉକି ମୁମ୍ବାଇ ସବୁଆଡେ ଲେମ୍ବୁର ଦାମ ରେ ବୃଦ୍ଧି ଘଟିଛି। ଗୁଜରାଟ , ପଞ୍ଜାବ , ଦିଲ୍ଲୀ ରେ ମାସେ ପୂର୍ବରୁ ଲେମ୍ବୁ କେଜି ପ୍ରତି ୮୦ ଟଙ୍କା ଥିବା ବେଳେ ଏବେ ୩୫୦ ଟଙ୍କାରେ କେଜି ପ୍ରତି ବିକ୍ରି ହେଉଛି। ତେବେ ଓଡ଼ିଶାରେ ଗୋଟା ହିସାବରେ ଲେମ୍ବୁ ବିକ୍ରି ହୁଏ। ଗୋଟା ଦଶ ଟଙ୍କା। ଭଲ ଲେମ୍ବୁ ହେଲେ ଗୋଟା ୧୫ ଟଙ୍କା। କାହିଁକି ବଢୁଛି ଲେମ୍ବୁ ଦାମ! ବିଶେଷଜ୍ଞ ଙ୍କ କହିବା ଅନୁସାରେ ପାଣି ପାଗରେ ହଠାତ ପରିବର୍ତ୍ତନ , ପେଟ୍ରୋଲ , ଡିଜେଲ ଦର ବୃଦ୍ଧି ଯୋଗୁଁ ପରିବହନ ଭଡାରେ ବୃଦ୍ଧି ଏବଂ କମ ଉତ୍ପାଦନ ହିଁ ଲେମ୍ବୁ ଦର ବୃଦ୍ଧି ର ପ୍ରମୁଖ କାରଣ। ଖରାଦିନ ଆସିଲେ ଏବଂ ଉତ୍ତାପ ବଢିଲେ ଲେମ୍ବୁର ବ୍ୟବହାର ବଢିଥାଏ। ସେ ଲେମ୍ବୁ ସର୍ବତ ହେଉ କି ପଖାଳ ହେଉ କିମ୍ବା ସଲାଡ଼ , ସବୁଥିରେ ଲେମ୍ବୁ ସ୍ୱାଦ ବଢ଼ାଇଥାଏ। ମାତ୍ର ଏବେ ମହଙ୍ଗା ଲେମ୍ବୁ ର ମାଡରେ ଏ ସବୁଥିରେ ଲେମ୍ବୁ ବ୍ୟବହାର କମିଯାଇଛି। କେବଳ ଲେମ୍ବୁ ନୁହେଁ ସବୁ ପନିପରିବା ର ଦାମ ବଢିଛି। ତେବେ ଲେମ୍ବୁର ଦାମ ଏବେ କମିବାର କୌଣସି ସମ୍ଭାବନା ଦେଖାଯାଉନାହିଁ।

Leave A Reply

Your email address will not be published.