କରୋନା ଗ୍ରାଫ ଉପରମୁହାଁ।। ୨୪ ଘଣ୍ଟାରେ ୩୩୭୭ ନୂଆ କୋଭିଡ ମାମଲା।। ଧୀରେ ଧୀରେ ଶକ୍ତି ବୃଦ୍ଧି କରୁଛି କରୋନା।

0 642

ପୁଣି ଉପର ମୁହାଁ ହେଲାଣି କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ୩୩୭୭ଟି ନୂଆ କୋଭିଡ୍‌ ମାମଲା ରେକର୍ଡ଼ ହୋଇଛି। ସେଥିରୁ ଆକ୍ଟିଭ ମାମଲା ରହିଛି ୧୭,୮୦୧। ଦେଶରେ ସବାଧିକ ମାମଲା ରାଜଧାନୀ ଦିଲ୍ଲୀରେ ରେକର୍ଡ଼ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୪୯୬ଟି ମାମଲା ସାମ୍ନାକୁ ଆସିଛି।

ଧିରେ ଧିରେ କରୋନା ଦେଶରେ ତାର ଶକ୍ତି ବୃଦ୍ଧି କରୁଛି। ଦୈନିକ ପଜିଟିଭିଟି ହାର ୦.୭୧ ପ୍ରତିଶତକୁ ବୃଦ୍ଧି ପାଇଥିବା ବଳେ ସାପ୍ତାହିକ ପଜିଟିଭିଟି ରେଟ୍‌ ୦.୬୩ ପ୍ରତିଶତ ରହିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରା ଏବେ ୫୨୫୦ଟି ଆକ୍ଟିଭ ମାମଲା ରହିଛି। ଏଠାରେ ପଜିଟିଭିଟି ରେଟ ୪.୬୨ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଓଡ଼ିଶାରେ କୋଭିଡ ଅକ୍ରାନ୍ତ ଙ୍କ ସଂଖ୍ୟା କମ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କୋଭିଡ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୮୮,୬୫,୪୬,୮୯୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଆଇସିଏମ୍‌ଆର୍‌ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୩,୬୯,୪୫,୩୮୩ଟି ନମୁନା ପରୀକ୍ଷା କରାଯାଇଛି।
ଗତକାଲି ୪,୭୩,୬୩୫ଟି ନମୁନା ପରୀକ୍ଷା କରାଯାଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୭୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ହୋଇଥିବା ୬୦ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁ ସଂଖ୍ୟା ୫,୨୩,୭୫୩ରେ ପହଞ୍ଚିଛି।

Leave A Reply

Your email address will not be published.