ବିରମିତ୍ରପୁର ଦେଇ ଝାରଖଣ୍ଡ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ।। ଶୀଘ୍ର ନବୀକରଣ କରିବାକୁ ସାଧାରଣରେ ଦାବି।
ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ଦେଇ ଝାରଖଣ୍ଡ ଯାଇଥିବା ୧୪୩ ନମ୍ବର କତୀୟ ରାଜପଥ ର ଦୁରାବସ୍ଥା ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଶେଷ କରି ବିରମିତ୍ରପୁର – ଝାରଖଣ୍ଡ ସୀମାନ୍ତ ରୁ ତଲସରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ମଟର ଯିବା ଆସିବା କରିଥାନ୍ତି। ଦିନେ ନୁହେଁ କି ମାସେ ନୁହେଁ , ବର୍ଷ ବର୍ଷ ଧରି ଏହି ରାଜପଥର ଏପରି ଅବସ୍ଥା ରହିଛି । ଯେତେବେଳ ଅଭିଯୋଗ କିମ୍ବା ଆନ୍ଦୋଳନ ହୁଏ ଜାତୀୟ ରାଜପଥ କର୍ତ୍ତୃପକ୍ଷ କେବଳ କିଛି ଗୋଡି ମାଟି ପକାଇ ରାସ୍ତା ମରାମତି କରିଦିଅନ୍ତି। ଫଳରେ କିଛିଦିନ ପରେ ରାସ୍ତା ଉଠିଯାଇ ପୁଣି ପୂର୍ବାବସ୍ଥା ଫେରିଆସେ। ଏହାସହ ପଡିଥିବା ମାଟି ଯୋଗୁଁ ପ୍ରଦୂଷଣ ମଧ୍ୟ ବଢି ଯାଏ। କୁଆରମୁଣ୍ଡା – ବିରମିତ୍ରପୁର ମଧ୍ୟରେ ରାଜପଥର ଅବସ୍ଥା ମଧ୍ୟ ସେହି ପରିଥିଲା। ରାସ୍ତା ଅବରୋଧ ପରେ ରାଜପଥର ମରାମତି ହୋଇଛି। ତେବେ ୧୪୩ ନମ୍ବର ଜାତୀୟ ରାଜପଥର ସମ୍ପୂର୍ଣ୍ଣ ନବୀକରଣ ଶୀଘ୍ର ସାରିବାକୁ ସାଧାରଣରେ ଦାବି ହେଉଛି।