ରାଉରକେଲା ରେ ଚଳନ୍ତା କାର ରେ ଲାଗିଲା ନିଆଁ।। ଅଳ୍ପକେ ବର୍ତ୍ତିଲେ ଚାଳକ।

0 1,017

ରାଉରକେଲା ରିଙ୍ଗ ରୋଡ଼ରେ ଗୁରୁବାର ସକାଳେ ଏକ ଚଳନ୍ତା କାର ରେ ନିଆଁ ଲାଗି କାର ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଫାୟାର ବ୍ରିଗେଡ଼ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଅୟତ୍ତ କରିଥିଲେ। ମାତ୍ର ସେତେ ବେଳକୁ କାର ଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା ।

ଗୁରୁବାର ସକାଳେ ଏହି ଘଟଣା ଘଟିଛି ରାଉରକେଲା ଆମ୍ବଗାନ ନିକଟରେ। କୋଏଲ ନଗର ପଟୁ ଏକ ମାରୁତି କାର ରିଂରୋଡ଼ ରେ ଟେଲିଫୋନ ଭବନ ଆଡେ ଯାଉଥିବା ବେଳେ ଆମ୍ବଗାନ ନିକଟରେ ହଠାତ କାର ରେ ନିଆଁ ଲାଗିଯାଇଥିଲା। କାର ବନେଟରେ ନିଆଁ ଲାଗିବା ଦେଖିପାରି ଗାଡିର ଚାଳକ ତୁରନ୍ତ କାର ଛାଡି ଓଲ୍ଲହି ପଡ଼ିଥିଲେ। ଆଖପାଖରେ ଭିଡ଼ ଜମିଯାଇଥିଲେ ମଧ୍ୟ କେହି କିଛି କରିପାରିନଥିଲେ। ପରେ ଦୁଇଟି ଫାୟାର ଟିମ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର କାରଣ ଜଣା ପଡିନଥିଲେ ମଧ୍ୟ ଏବେ ଅନେକ ସ୍ଥାନରେ ଚଳନ୍ତା କାର ରେ ନିଆଁ ଲାଗିବା ଚିନ୍ତାର ବିଷୟ ହୋଇଛି। ତେବେ ଗାଡି ଚଳାଇବା ପୂର୍ବରୁ ଯାଞ୍ଚ କରିବା ଏବଂ ହେଣ୍ଡ ବ୍ରେକ ଡାଉନ ହୋଇଛି କି ନାହିଁ ଯାଞ୍ଚ କରିବା ଉଚିତ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

Leave A Reply

Your email address will not be published.