ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଝରିଆପାଲି ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ସର୍ଗିପାଲି ଏବଂ ଲେଫ୍ରିପଡା ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ଗୁରୁବାର ସକାଳେ ହେମଗିରି ପଟୁ ସୁନ୍ଦରଗଡ କୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସାମ୍ନା ପଟୁ ଆସୁଥିବା ଏକ ଟ୍ରକ କୁ ସାଇଡ ଦେଉଥିବା ବେଳେ ଭାରସାମ୍ୟ ହରାଇ ବସ ଟି ଓଲଟି ପଡ଼ିଥିବା ଜଣାପଡିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ଆହତଙ୍କ ମଧ୍ୟରେ ଛୋଟ ପିଲା ଏବଂ ମହିଳା ଅଛନ୍ତି। ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି।